
ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ।
କଂଗ୍ରେସ ଏପର୍ୟ୍ୟନ୍ତ ଏକ ସଠିକ୍ ନେତୃତ୍ୱ ଖୋଜୁଥିବା ବେଳେ ନୂଆବର୍ଷରେ ଦଳ ନୂଆ ସଭାପତି ଦେଖିବ। ସମ୍ପ୍ରତି କଂଗ୍ରେସ ଭୋଟବ୍ୟାଙ୍କର ସିଂହଭାଗ ଗତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପାଖକୁ ଯାଇଛି। ବିଶେଷ ଭାବରେ କଂଗ୍ରେସ ଭୋଟ ଅଧିକ ପରିମାଣରେ ବିଜେପିକୁ ଲାଭାନ୍ୱିତ କରିଛି। ତେଣୁ ନିଜ ଲୋକଙ୍କୁ ନିଜ ପାଖକୁ ଫେରାଇ ଆଣିବା, ସଂଗଠନକୁ ମଜଭୁତ୍ କରିବା ସର୍ବୋପରି ଗୋଷ୍ଠୀବିବାଦରୁ ମୁକୁଳିବା ପାଇଁ କଂଗ୍ରେସକୁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ରାଜନୈତିକ ଦୃଷ୍ଟିକୋଣରୁ ୨୦୨୫ ରାଜ୍ୟ ରାଜନୀତିରେ ଅନେକ ନୂଆ ପଟ୍ଟକଥା ଲେଖିପାରେ। ଏହାର ଇଙ୍ଗିତ ୨୦୨୪ ମସିହାରେ ବିଭିନ୍ନ ରାଜନୈତିକ ଘଟଣାବଳୀରୁ ଅଳ୍ପବହୁତେ ମିଳିସାରିଛି। ଅତଏବ ଉପରୋକ୍ତ ୩ ଦଳର ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା ଆଗାମୀ ବର୍ଷରେ ସେମାନଙ୍କ ଗତିପଥକୁ ନିର୍ଣ୍ଣୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।




