ଘରେ ସହଜରେ ତିଆରି କରନ୍ତୁ ନିଜ ପାଇଁ ପ୍ରାକୃତିକ ସନ୍‌ସ୍କ୍ରିନ୍

ଆଜିକାଲି ସନ୍‌ସ୍କ୍ରିନ କିଣିବା ବହୁତ ସହଜ । ବଜାରରେ ବିଭିନ୍ନ ବ୍ରାଣ୍ଡର ସନ୍‌ସ୍କ୍ରିନ ମିଳିଥାଏ । ହେଲେ ଏଥିରେ ଥିବା କେମିକାଲ ତ୍ବଚା ଉପରେ କୁପ୍ରଭାବ ପକାଇଥାଏ । ଏହାର ବିକଳ୍ପରେ ଏକ ପ୍ରାକୃତିକ ସନ୍‌ସ୍କ୍ରିନ୍ ପ୍ରସ୍ତୁତ କରି ବ୍ୟବହାର କରିହେବ । ଏଥିରେ ମୁଖ୍ୟ ଉପାଦାନ ଭାବେ ଆଲୋଭେରାର ବ୍ୟବହାର କରାଯାଇଛି । ଏହା କେବଳ ତ୍ବଚାକୁ ପୋଷକ ତତ୍ତ୍ବ ପ୍ରଦାନ କରେ ତାହା ନୁହେଁ ବରଂ ଏହା ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀରୁ ମଧ୍ୟ ରକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ….

ଆଲୋଭେରା ସନ୍‌ସ୍କ୍ରିନ ପାଇଁ ଆବଶ୍ୟକ ସାମଗ୍ରୀ

ପ୍ରାକୃତିକ ଆଲୋଭେରା ସନ୍‌ସ୍କ୍ରିନ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାଧାରଣ ସାମଗ୍ରୀର ଆବଶ୍ୟକତା ରହିଛି
2 ଚାମଚ ଆଲୋଭେରା ଜେଲ୍
1 ଚାମଚ ନଡିଆ ତେଲ
1 ଚାମଚ ବାଦାମ ତେଲ
ଅଧଚାମଚ ଜିଙ୍କ୍‌ ଅକ୍ସାଇଡ୍
5-6 ବୁନ୍ଦା ଲାଭେଣ୍ଡର କିମ୍ବା ଟି ଟ୍ରି ତେଲ
କେମିତି ତିଆରି କରିବେ:
ପ୍ରଥମେ ଏକ ସଫା ପାତ୍ର ନିଅନ୍ତୁ । ଏଥିରେ ଆଲୋଭେରା ଜେଲ୍ ସହିତ ନଡିଆ ତେଲ ଓ ଆଲମଣ୍ଡ ତେଲ ମିଶାନ୍ତୁ । ଏଥିରେ ଜିଙ୍କ୍‌ ଅକ୍ସାଇଡ୍ ମିଶାଇ ଭଲରେ ଗୋଳାଇ ନିଅନ୍ତୁ । ଏଥିରେ କୌଣସି ଟେଳା ସୃଷ୍ଟି ନ ହୁଏ ଧ୍ୟାନ ଦିଅନ୍ତୁ । ଶେଷରେ 5-6 ବୁନ୍ଦା ଲାଭେଣ୍ଡର କିମ୍ବା ଟି ଟ୍ରି ଏସେନ୍ସିଆଲ୍ ତେଲ ମିଶାଇ ନିଅନ୍ତୁ ।

କିପରି ବ୍ୟବହାର କରିବେ?
ପ୍ରସ୍ତୁତ ସନ୍‌ସ୍କ୍ରିନକୁ ଏକ ଏୟାର ଟାଇଟ୍ ଡବାରେ ଭର୍ତ୍ତି କରିନିଅନ୍ତୁ । ଖରାକୁ ଯିବା ଆଗରୁ ଏହି ସନ୍‌ସ୍କ୍ରିନକୁ ଶରୀରର ବିଭିନ୍ନ ସ୍ଥାନ ଓ ମୁହଁରେ ଲଗାନ୍ତୁ । ଘରୁ ବାହାରିବାର 15-20 ମିନିଟ୍ ପୂର୍ବରୁ ଏହାକୁ ଲଗାଇବା ଉଚିତ୍ । ଯାହା ଦ୍ବାରା ଏହା ତ୍ବଚାରେ ସଠିକ ଭାବେ ଲାଗିରହିଥାଏ ଏବଂ ଖରାରୁ ସୁରକ୍ଷା ଦେଇଥାଏ । ଆପଣ ଅଧିକ ସମୟ ପାଇଁ ଖରାରେ ରହୁଥିଲେ ଏହାକୁ ପ୍ରତି 2 ଘଣ୍ଟାରେ ଆଉ ଥରେ ଲଗାଇବା ଆବଶ୍ୟକ ।

ଆଲୋଭେରା ସନ୍‌ସ୍କ୍ରିନର ଲାଭ:
ଆଲୋଭେରାରୁ ପ୍ରସ୍ତୁତ ଏହି ସନ୍‌ସ୍କ୍ରିନ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଅଟେ । ଏହା ତ୍ବଚା ଉପରେ କୌଣସି କୁପ୍ରଭାବ ପକାଇନଥାଏ । ତ୍ବଚାରେ ଏହାକୁ ଲଗାଇଲେ ଥଣ୍ଡା ଅନୁଭୂତ ହୁଏ । ଏଥିରେ ଥିବା ପ୍ରାକୃତିକ ଉପାଦାନ ତ୍ବଚାକୁ ନରମ ରଖିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ତ୍ବଚା ଜଲଦି ଶୁଖିଯାଏ ନାହିଁ ।

ଯଦିଓ ଏହି ସନସ୍କ୍ରିନ୍ ପ୍ରାକୃତିକ, ତଥାପି ବ୍ୟବହାର କରିବା ପୂର୍ବରୁ ଏକ ପ୍ୟାଚ୍ ପରୀକ୍ଷା କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କ ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ, ତେବେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ସହିତ, ଏହି ସନ୍‌ସ୍କ୍ରିନକୁ ଏକ ଥଣ୍ଡା ଏବଂ ଶୁଖିଲା ସ୍ଥାନରେ ରଖିବା ଆବଶ୍ୟକ । ଘରେ ତିଆରି ଆଲୋଭେରା ସନସ୍କ୍ରିନ୍ ସୂର୍ଯ୍ୟର କ୍ଷତିକାରକ ପ୍ରଭାବରୁ ଆପଣଙ୍କ ଚର୍ମକୁ ରକ୍ଷା କରିବା ପାଇଁ ଏକ ସହଜ, ସୁଲଭ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ । ନିୟମିତ ବ୍ୟବହାର ଦ୍ବାରା ଏହା ଆପଣଙ୍କ ଚର୍ମକୁ କେବଳ ସୁରକ୍ଷିତ ରଖିବ ନାହିଁ, ବରଂ ସୁସ୍ଥ ଏବଂ ଉଜ୍ଜ୍ୱଳ ମଧ୍ୟ କରାଇବ ।

  • Related Posts

    ବିଶ୍ୱ ନୃତ୍ୟ ଦିବସ: ଓଡ଼ିଶାର ନୃତ୍ୟ ପରମ୍ପରା ସମୃଦ୍ଧ-ବାଚସ୍ପତି

    ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ‘ବିଶ୍ୱ ନୃତ୍ୟ ଦିବସ’ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା