ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ କହିନ୍ତି।

ଦକ୍ଷିଣ ୨୪ ପ୍ରଗଣା ଜିଲାର ଭଙ୍ଗାର ଅଞ୍ଚଳରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଘରୁ ପ୍ରାୟ ୧୦୦ଟି ଦେଶୀ ବୋମା ମିଳିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରଫିକୁଲ୍‌ ଇସ୍‌ଲାମଙ୍କ ଘରେ ଚଢ଼ାଉ ବେଳେ ଉକ୍ତ ବୋମା ମିଳିଥିଲା। ଏପ୍ରିଲ ୨୯ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇନ ଶୃଙ୍ଖଳା ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ କହିଛନ୍ତି। ବୋମା ଜବତ ହେଲେ କିମ୍ବା ଧମକ ମିଳିଲେ, ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ପୋଲିସ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ କହିଛନ୍ତି।

  • Related Posts

    ନାଟୋକୁ ଟ୍ରମ୍ପଙ୍କ ଝଟକା : ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର

    ୱାଶିଂଟନ: ୟୁରୋପରେ ନାଟୋକୁ ଆମେରିକା ଏକ ଝଟକା ଦେଇଛି। ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

    Continue reading
    ବିମାନ ଦୁର୍ଘଟଣାରେ ୫ଜଣ ଖେଳାଳି ମୃତ

    ୱାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ