ଜନଶୁଣାଣିରେ ମହିଳାଙ୍କୁ ନାଲି ଆଖି ଦେଖାଇଲେ ଜିଲ୍ଲାପାଳ, ଭିଡିଓ ଭାଇରାଲ

ଜଗତସିଂହପୁର: ଜନଶୁଣାଣି ଚାଲିଥିବା ବେଳେ ପାଣି ସମସ୍ୟା ନେଇ ଆସିଥିବା ମହିଳାଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।
ଗତ ଏପ୍ରିଲ 27ରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ଯୁଗ୍ମ ଜନ ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖରାଦିନେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କିଛି ମହିଳା ଜିଲ୍ଲାପାଳ ଜେ.ସୋନାଲଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ସର୍ବ ସମ୍ମୁଖରେ ଜିଲ୍ଲାପାଳ ତାଙ୍କୁ ନାଲିଆଖି ଦେଖାଉଥିବା ଭିଡିଓ ଏବେ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେଥିଲେ । ଏହି ସମୟରେ ଏରସମା ବ୍ଲକ ଗଡ଼ ବିସନପୁର ଅଞ୍ଚଳର 12 ନମ୍ବର ୱାର୍ଡର ୱାର୍ଡ ମେମ୍ବର ପ୍ରତିମା ଭୌମିକଙ୍କ ସମେତ କିଛି ମହିଳା ଗରା ବାଲ୍ଟି ଧରି ଅଭିଯୋଗ ଶୁଣାଣି ସ୍ଥଳକୁ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଭିତରକୁ ଯିବାକୁ ଛାଡି ନଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଯାଇ ନିଜର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ପୋଲିସ କହିଥିଲା । କିନ୍ତୁ ସେଥିରେ ମହିଳା ମାନେ ରାଜି ନହେବାରୁ 4 ଜଣ ମହିଳା ଭେଟିବାକୁ ଅନୁମତି ମିଳିଥିଲା ।
ମହିଳା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଲାପାଳ ମହିଳାଙ୍କ ଉପରେ ରାଗି ନିଆଁ ହୋଇଯାଇଥିଲେ । ‘ପାଟି ଚୁପ… କହି ଚିତ୍କାର କରିଥିଲେ’ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଗଡ଼ବିସନପୁରର ୱାର୍ଡ ସଭ୍ୟ ପ୍ରତିମା ଭୌମିକ କହିଛନ୍ତି, ‘ଗଡ଼ବିସନପୁର ଅଞ୍ଚଳର 12 ନମ୍ବର ୱାର୍ଡରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । କଳରେ ପାଣି ଆସୁନଥିବାରୁ ଖରାଦିନେ ପାଣି ପାଇଁ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟିଥିଲୁ କିନ୍ତୁ ଫଳ କିଛି ହୋଇ ନଥିଲା । ଜିଲ୍ଲାପାଳଙ୍କୁ ପାଣି ସମସ୍ୟା ଉପରେ ଲିଖିତ ଅଭିଯୋଗ ଦେବା ପରେ ଅଭିଯୋଗ ସମ୍ପର୍କରେ କହିବା ଆରମ୍ଭ ମାତ୍ରେ ଜିଲ୍ଲାପାଳ ଚିତ୍କାର କରି ଉଠିଥିଲେ ।’ ଏହା କଣ ମହିଳା ମାନଙ୍କ ପ୍ରତି ସମ୍ମାନ ବୋଲି ପ୍ରତିମା ପ୍ରଶ୍ନ କରିଛନ୍ତି ।
ଅନ୍ୟ ପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାମ୍ବାଦିକଙ୍କ ମୋବାଇଲକୁ ପୋଲିସ ଜୋର ଜବରଦସ୍ତ ଛଡାଇ ଭିଡିଓକୁ ଡିଲେଟ କରିବା ଘଟଣାରେ ଏରସମା ପ୍ରେସ କ୍ଳବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଏକ ପତ୍ର ପଠାଯାଇଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଜିଲ୍ଲାପାଳଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସାଧାରଣଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା