ଭୁବନେଶ୍ୱର: ରୀତେଶ ଦେଶମୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଜା ଶିବାଜୀ’ ମେ’ ପହିଲାରେ ରିଲିଜ୍ ହୋଇଛି। ମାତ୍ର କିଛି ଘଣ୍ଟାର ଅଗ୍ରୀମ ଟିକେଟ୍ ବୁକିଂରୁ ଫିଲ୍ମ କୋଟି କୋଟି ଟଙ୍କା ଆଦାୟ କରିସାରିଲାଣି। ସାରା ଦେଶରେ ଏହାର ୧୧୦୫ଟି ଶୋ’ ଚାଲିବ ବୋଲି ସୂଚନା ମିଳିଛି। ଅଲଗା ଅଲଗା ରନ୍ ଟାଇମ୍ରେ ଏହି ଫିଲ୍ମର ଉଭୟ ମରାଠୀ ଓ ହିନ୍ଦୀ ଭର୍ସନ୍ ହଲ୍କୁ ଆସୁଛି। ମରାଠୀ ଠାରୁ ହିନ୍ଦୀ ଭାଷାର ଏହି ଫିଲ୍ମ ୮ ମିନିଟ୍ ଛୋଟ ରହିଛି। ‘ରାଜା ଶିବାଜୀ’ର ଆଉ ଏକ ସ୍ବତନ୍ତ୍ରତା ହେଲା, ଏହାର ବଡ଼ ଷ୍ଟାର୍କାଷ୍ଟ୍। ଏଥିରେ ରୀତେଶ ଦେଶମୁଖ ଛତ୍ରପତି ଶିବାଜୀଙ୍କ ଭୂମିକା ନିର୍ବାହ କରୁଥିବା ବେଳେ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଛନ୍ତି ସଞ୍ଜୟ ଦତ୍ତ। ଅଭିଷେକ ବଚ୍ଚନ, ବିଦ୍ୟା ବାଲନ, ଭାଗ୍ୟଶ୍ରୀ, ବମ୍ମନ ଇରାନି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିବାବେଳେ ଏଥିରେ ସଲ୍ମାନ ଖାନ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମହାରାଜା ଶିବାଜୀଙ୍କୁ ସାରା ଦେଶ ଜାଣେ। ତାଙ୍କ ବୀରତ୍ବର ତୁଳନା ନାହିଁ। ରୁପେଲି ପରଦାରେ ଏହି ପ୍ରମୁଖ ଐତିହାସିକ ବ୍ୟକ୍ତିତ୍ବଙ୍କ ଜୀବନୀ ଓ ବୀରତ୍ବର କାହାଣୀ ଜାଣିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।
ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ
ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…


