ରାତି ତାପମାତ୍ରା ଆହୁରି କମିବ

ଭୁବନେଶ୍ୱର: ରାତି ତାପମାତ୍ରା ଆହୁରି କମିବ । ଆସନ୍ତା ୨୪ ଘଣ୍ଟା ଭିତରେ ବଢ଼ିବ ଶୀତ ପ୍ରକୋପ । କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ କମିପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଏହି ଆକଳନ ଅନୁସାରେ ୨ ତାରିଖରେ ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡ଼ ୯ ଡିଗ୍ରୀ, ବାରିପଦା ଏବଂ ଅନୁଗୁଳ ୧୧, କଟକ ୧୪, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍‌ ରହିପାରେ । ଦିନକ ପରେ ଅନେକ ସ୍ଥାନରେ ପାରଦ ସାମାନ୍ୟ ବଢ଼ିପାରେ । ୩ ତାରିଖରେ ଭୁବନେଶ୍ୱର ୧୬, ରାଉରକେଲା ୧୧ ଡିଗ୍ରୀ ରହିପାରେ ।

୩୧ ଡିସେମ୍ବର ରାତିରେ ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍‌ ଥିଲା । ଝାରସୁଗୁଡ଼ା ୯.୨ ଡିଗ୍ରୀ ସେଲସିୟସ୍‌, ସୁନ୍ଦରଗଡ଼ ୧୦.୭, ଫୁଲବାଣୀ ୧୧, ଦାରିଙ୍ଗିବାଡ଼ି ୧୧.୫, କେନ୍ଦୁଝର ୧୨.୪, ବାରିପଦା ୧୨.୬, ଅନୁଗୁଳ ୧୩, ସୋନପୁର ୧୨.୯, ବାଲେଶ୍ୱର ୧୩.୩, ବଲାଙ୍ଗୀର ୧୩.୫, ତାଳଚେର ୧୩.୬, ସମ୍ବଲପୁର ୧୩.୬, ଭବାନୀପାଟଣା ୧୩.୮ ଡିଗ୍ରୀ ଥିଲା । ଭୁବନେଶ୍ୱର ୧୬.୪ ଓ କଟକ ଥିଲା ୧୫.୨ ଡିଗ୍ରୀ ସେଲସିୟସ୍‌ । ୨ ତାରିଖ ସକାଳେ ଅନୁଗୁଳ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି ।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ