ମହିଳା ଟି୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ:ଇଂଲଣ୍ଡ ଓ ୱେଲ୍‌ସ​‌ରେ ଜୁନ୍‌ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ମହିଳା ଟି୨୦ ବିଶ୍ବକପ ଖେଳାଯିବ। ଟି୨୦ ବିଶ୍ବକପ ଓ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଲାଗି ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ହରମନପ୍ରୀତ କୌର ଅଧିନାୟିକା ଓ ସ୍ମୃତି ମାନ୍ଧାନା ଉପଅଧିନାୟିକା ରହିଛନ୍ତି। ଟି୨୦ ବିଶ୍ବକପ ଓ ଟେଷ୍ଟ ଦଳକୁ ଦ୍ରୁତ ବୋଲର ନନ୍ଦିନୀ ଶର୍ମା, ସ୍ପିନର ଶ୍ରୀ ଚରଣି ଓ ୱିକେଟ୍‌ ରକ୍ଷକ ୟାସ୍ତିକା ଭାଟିଆ ଫେରିଛନ୍ତି। ଓପନର ପ୍ରତୀକା ରାୱଲଙ୍କୁ କେବଳ ଟେଷ୍ଟ ଓ ରାଧା ଯାଦବଙ୍କୁ କେବଳ ଟି୨୦ ବିଶ୍ବକପ ଦଳରେ ସ୍ଥାନ ମିଳିଛି।

ଟି୨୦ ବିଶ୍ବକପ ଲାଗି ବ୍ୟାଟର ଭାବେ ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର, ଜେମିମ୍ମା ରୋଡ୍ରିଗ୍ବେଜ ଓ ଭାରତୀ ଫୁଲମାଳି ରହିଛନ୍ତି। ଟି୨୦ ବିଶ୍ବକପ ପୂର୍ବରୁ ଭାରତ ଇଂଲଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ଖେଳିବ। ବିଶ୍ବକପ ପାଇଁ ଘୋଷିତ ଭାରତୀୟ ଦଳ ଟି୨୦ ଶୃଙ୍ଖଳା ଖେଳିବ। ସେଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଲର୍ଡସରେ ଖେଳିବ। ଟେଷ୍ଟ ପାଇଁ ଭିନ୍ନ ଦଳ ମନୋନୟନ କରାଯାଇଛି। ଆହତ ଥିମା କାସ୍‌ଭି ଗୌତମ ଓ ଅମନଜ୍ୟୋତ କୌରଙ୍କୁ ସ୍ଥାନ ମିଳିନାହିଁ। ଟି୨୦ ବିଶ୍ବକପରେ ଭାରତ ଗ୍ରୁପ-ଏ ରେ ପାକିସ୍ତାନ, ଅଷ୍ଟ୍ରେଲିଆ,ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍‌ସ ଓ ବାଂଲାଦେଶ ସହ ସ୍ଥାନ ପାଇଛି। ଦଳ ଜୁନ୍‌ ୧୪​‌ରେ ବର୍ମିଂହାମରେ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଜୁନ୍‌ ୧୭ରେ ନେଦରଲାଣ୍ଡ୍‌ସ, ୨୧ରେ ଦକ୍ଷିଣ ଆଫ୍ରିକା, ୨୫ରେ ବାଂଲାଦେଶ ଓ ୨୮ରେ ଅଷ୍ଟ୍ରେଲିଆ ସହ ମ୍ୟାଚ ଖେଳିବ। ମହିଳା ଟି୨୦ ବିଶ୍ବକପରେ ଭାରତ ୨୦୨୦ରେ ଫାଇନାଲ ଖେଳି ରନର୍ସଅପ ହୋଇଥିଲା।

ଭାରତୀୟ ଟି୨୦ ବିଶ୍ବକପ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ଜେମିମା ରଡ୍ରିଗ୍ବେଜ, ଶେଫାଳି ବର୍ମା, ଭାରତୀ ଫୁଲମାଳି, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ ରକ୍ଷକ),ଶ୍ରୀ ଚରଣି, ୟାସ୍ତିକା ଭାଟିଆ (ୱିକେଟ୍‌ ରକ୍ଷକ), ନନ୍ଦିନୀ ଶର୍ମା, ରେଣୁକା ସିଂହ ଠାକୁର, ଅରୁନ୍ଧତି ରେଡ୍ଡି, କ୍ରାନ୍ତି ଗୌଡ଼, ଶ୍ରୀୟଙ୍କା ପାଟିଲ, ରାଧା ଯାଦବ।
ଭାରତୀୟ ଟେଷ୍ଟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା (ଉପଅଧିନାୟିକା), ଜେମିମା ରଡ୍ରିଗ୍ବେଜ, ଶେଫାଳି ବର୍ମା, ପ୍ରତୀକା ରାୱଲ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌ ରକ୍ଷକ), ଶ୍ରୀ ଚରଣି, ୟାସ୍ତିକା ଭାଟିଆ (ୱିକେଟ୍‌ ରକ୍ଷକ), ନନ୍ଦିନୀ ଶର୍ମା, ହର୍ଲିନ ଦେଓଲ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼ା, ସାୟଲି ସତ୍‌ଘାରେ ଓ ସ୍ନେହ ରାଣା।

  • Related Posts

    ଅଧିନାୟକ ପଦ ଛାଡିଲେ ହରମନପ୍ରୀତ

    ନୂଆଦିଲ୍ଲୀ : ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଛନ୍ତି। ସେ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବରେ ହରମନପ୍ରୀତଙ୍କ ସ୍ଥାନ ନେବେ ବୋଲି…

    Continue reading
    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ