ଗର୍ବିତ ଓଡ଼ିଆ : ଟିଭି ପରଦାରେ ଅନେକ ଫଳାଫଳ ମନଇଚ୍ଛା ଦର୍ଶାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ତଥ୍ୟ ହିଁ ସଠିକ୍ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ତାମିଲନାଡୁରେ ଟିଭିକେ ୪୫ ଆସନରେ ଆଗୁଆ ଥିବାବେଳେ ଏଡ଼ିଏମକେ ୪୧ ଓ ଡିଏମକେ ୧୯ ଆସନରେ ଅଗ୍ରଣୀ ଲାଭ କରିଛି । ଯେତେବେଳେକି ପିଏମକେ ୨ ଓ କଂଗ୍ରେସ ୨ ଆସନରେ ଆଗୁଆ ରହିଛି । ଟିଭିକେରେ ଦମଦାର ପ୍ରଦର୍ଶନ ବିଜୟଙ୍କ ଶିବିରକୁ ଉତ୍ସାହିତ କରିଦେଇଛି । ସେ ଏବେ କିଙ୍ଗମେକର ଭୂମିକାରେ ରହିବେ ବୋଲି ଅନୁମାନ କରାଯାଉଛି । ତେବେ ଏହା ପ୍ରାରମ୍ଭିକ ଟ୍ରେଣ୍ଡ ।
ତାମିଲନାଡୁରେ ବଡ଼ ହଲଚଲ ସୃଷ୍ଟିହୋଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି ସୁପରଷ୍ଟାର ବିଜୟ । ନିର୍ବାଚନ ପୂର୍ବରୁ ପ୍ରତିକୂଳ ସ୍ଥିତିର ସାମ୍ନା କରୁଥିଲେ ବିଜୟ । ହେଲେ ତାମିଲନାଡୁର ଲୋକେ ଟିଭିକେକୁ ପସନ୍ଦ କରିଛନ୍ତି ।
ଭବାନୀପୁରରେ ହାରିଲେ ମମତା
ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…


