ହିମନ୍ତ ବିଶ୍ୱଶର୍ମାଙ୍କ ଜଲୱା, ପଛରେ ପଡ଼ିଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ: ଆସାମରେ ବିଜେପି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବା ଏକପ୍ରକାରର ନିଶ୍ଚିତ ହେବାରେ ଲାଗିଛି। ରାଜ୍ୟର ୧୨୬ ବିଧାନସଭା ଆସନରୁ ବିଜେପି ଏବେ ପ୍ରାୟ ୯୫ଟି ଆସନରେ ଲିଡ କରୁଛି।କଂଗ୍ରେସ ୨୭ଟି ଆସନରେ ସୀମିତ ରହିଛି। ଅନ୍ୟାନ୍ୟ ଦଳ ମାତ୍ର ୩ଟି ଆସନରେ ଲିଡ କରୁଛନ୍ତି। ଆସାମରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୬୪। ତେଣୁ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏହାକୁ ବେଶ ସହଜରେ ହାସଲ କରିନେଇଛି।

ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ କମାଲ କରିବାରେ ଲାଗିଛନ୍ତି। ଜାଲୁକବାରି ଆସନରୁ ପ୍ରାର୍ଥୀ ହୋଇଥିବା ବିଶ୍ୱଶର୍ମା ଗଣତି ଆରମ୍ଭରୁ ଲିଡ ହାସଲ କରିଥିବା ବେଳେ ଏବେ ସେ ବହୁ ଆଗକୁ ଚାଲି ଯାଇଛନ୍ତି। ଏଠାରେ ସେ ବଡ଼ ବିଜୟ ହାସଲ କରିବା ନିଶ୍ଚିତ ହୋଇଛି। ତେବେ ଆସାମ କଂଗ୍ରେସ ପ୍ରମୁଖ ଚେହେରା ଗୌରବ ଗୋଗୋଇଙ୍କ ପାଇଁ ରେଜଲ୍ଟ ନିରାଶଜନକ ଖବର ଆଣିଛି। ଏବେ ଲୋକସଭାର ସାଂସଦ ଥାଇ ମଧ୍ୟ ଗୌରବ ଆସାମ ବିଧାନସଭା ନିର୍ବାଚନ ଲଢ଼ୁଥିଲେ।

ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଜୋରହାଟ ଆସନରୁ ପ୍ରାର୍ଥୀ କରିଛି। ହେଲେ ଏଠାରେ ଶ୍ରୀ ଗୋଗୋଇ ପଛରେ ପଡ଼ିଛନ୍ତି। ଯଦିଓ ଏହା ପ୍ରାରମ୍ଭିକ ଟ୍ରେଣ୍ଡ, କିନ୍ତୁ ଗୌରବ ଗୋଗୋଇ ପଛରେ ପଡ଼ିବା କଂଗ୍ରେସ ପାଇଁ ଶକ୍ତ ଝଟକା। ଏଠାରେ ବିଜେପିର ହିତେନ୍ଦ୍ରନାଥ ଗୌସ୍ୱାମୀ ଲିଡ କରୁଛନ୍ତି।

  • Related Posts

    ଭବାନୀପୁରରେ ହାରିଲେ ମମତା

    ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…

    Continue reading
    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ