ଗୁଳି ଫୁଟାଇଲେ ଆଉ ଲୁଟିନେଲେ ୨୫ ଲକ୍ଷର ସୁନା-ରୂପା

ବାଲେଶ୍ୱର :ପ୍ରଥମେ ଛୁରୀ ଦେଖାଇଲେ ତା’ରେ ଫାୟାରିଂ। ଆଉ ଲୁଟିନେଲା ସୁନା ରୁପା। ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌। ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ।

ସୂଚନା ମୁତାବକ, ରାତି ପ୍ରାୟ ୮ଟା ରୁ ୯ଟା ସମୟ। ଖଇରା ବଜାରରେ ଥିବା ‘ରୁଦ୍ରକାନ୍ତ ଜୁଏଲାରୀ’ ମାଲିକ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ଆଳଦା ଛକ ନିକଟରେ ୨ଟି ବାଇକ୍‌ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଥିଲେ। କିଛି ବୁଝିବା ଆଗରୁ ଛୁରୀ ଦେଖାଇ ଭୟଭୀତ କରିବା ସହ ୨ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିଲେ।

ବାପ-ପୁଅଙ୍କ ପାଖରେ ଥିବା ବ୍ୟାଗ୍‌ରୁ ୧୦ କେଜି ରୁପା ଏବଂ ୩୦ ଗ୍ରାମ ସୁନା ଲୁଟିନେଇଥିଲେ। ବ୍ୟବସାୟୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ମାଡ଼ି ଆସିଥିଲେ, ଫଳରେ ଲୁଟେରାମାନେ ମାରଣାସ୍ତ୍ର ଛାଡ଼ି ଚମ୍ପଟ ମାରିଥିଲେ।

ଖବର ପାଇ ଖଇରା ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଗୋଟିଏ ଛୁରୀ ଏବଂ ଅଫୁଟା ଗୁଳି ଜବତ କରି ଛାନଭିନ୍ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି।

  • Related Posts

    ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ

    କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

    Continue reading
    ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ

    ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ