ଆସନ୍ତା କାଲି ଠାରୁ ଥାଲାପତି ବିଜୟଙ୍କ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ବିଜୟଙ୍କ ଦଳ ଟିଭିକେ, କଂଗ୍ରେସ,ଭିସିକେ, ସିପିଆଇ ଏବଂ ସିପିଏମ୍‌ ମିଳିତ ଭାବେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିଛିନ୍ତି। ଆସନ୍ତାକାଲି ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟଙ୍କ ଦଳ ଟିଭିକେ ତାମିଲନାଡ଼ୁରେ ଦୀର୍ଘ ୫୦ ବର୍ଷର ଦ୍ରାବିଡ଼ ଗଡ଼ ଭାଙ୍ଗି ୧୦୮ ଆସନରେ ବିଜୟୀ ହୋଇଥିଲା। ଏହା ଏକକ ବୃହତ୍ତମ ଦଳ ହୋଇଥିଲେ ସୁଦ୍ଧା ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୮ ଠାରୁ ଦଳ ପଛରେ ଥିବାରୁ ବିଜୟ ସରକାର ଗଠନ ପାଇଁ ୨ ଥର ରାଜ୍ୟପାଳ ଆର୍ଲେକରଙ୍କୁ ଭେଟିଥିଲେ ମଧ୍ୟ ରାଜ୍ୟପାଳ ତାଙ୍କୁ ୨ ଥର ଯାକ ଫେରାଇ ଦେଇଥିଲେ। ୧୧୮ ବିଧାୟକଙ୍କ ଲିିଖିତ ସମର୍ଥନ ସହ ଆସିବାପାଇଁ ରାଜ୍ୟପାଳ ବିଜୟଙ୍କୁ କହିଥିଲେ। ଟିଭିକେ ଦଳ ୧୦୮ ଆସନରେ ବିଜୟୀ ହୋଇଥିଲେ ସୁଦ୍ଧା ବିଜୟ ୨ଟି ଆସନରେ ଜିତିଥିବାରୁ ସେ ଗୋଟିଏ ଆସନ ଛାଡ଼ିଦେଲେ ଦଳର ଆସନ ସଂଖ୍ୟା ୧୦୭କୁ କମିଥିଲା। ‌ତାମିଲନାଡୁରେ ଝୁଲା ବିଧାନସଭା ରାୟ ଆସିବାପ‌ରେ ଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ରାଜନୈତିକ ଅନିଶ୍ଚିତତା ଲାଗି ରହିଥିଲା ଆଜି ତା’ର ଅନ୍ତ ଘଟିଛି। ଚେନ୍ନାଇରେ ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିବେ। ତେଣୁ କଂଗ୍ରେସ ସମର୍ଥନ ସହ ବିଜୟଙ୍କ ପାଖରେ ପ୍ରଥମେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିଲା। ଏବେ ଭିସିକେ, ସିପିଆଇ ଏବଂ ସିପିଏମ୍‌ ଟିଭିକେକୁ ସମର୍ଥନ କରିବାଦ୍ବାରା ଦଳର ସଂଖ୍ୟା ୧୧୮ରେ ପହଞ୍ଚିଛି। ସିପିଏମ୍‌ ସାଧାରଣ ସମ୍ପାଦକ ଏମ୍‌ଏ ବେବି ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସିପିଆଇ, ସିପିଏମ୍‌ ଏବଂ ଭିସିକେର ମିଳିତ ଭାବେ ରାଜ୍ୟ ବିଧାନସଭାରେ ୬ ବିଧାୟକ ଥିବାବେଳେ ସମସ୍ତେ ବିଜୟଙ୍କୁୂ ସରକାର ଗଠନ ପାଇଁ ସହଯୋଗ କରିବେ। ଏହାଫଳରେ ବିଧାସନଭାରେ ସଂଖ୍ୟା ଖେଳ ପଲଟିଯାଇଛି ଏବଂ ସରକାର ଗଠନ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଶେଷ ହୋଇଛି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ