ତାମିଲନାଡୁ:ତାମିଲନାଡୁରେ ସବୁ ପ୍ରକାର ରାଜନୈତିକ ଦାଓପେଞ୍ଚ-ଗୋଟିଚାଳନା, କଳ୍ପନା-ଜଳ୍ପନାର ଅନ୍ତ ହୋଇଛି । ରାଜ୍ୟପାଳଙ୍କୁ ୪ଟା ୩୦ ସୁଦ୍ଧା ଭେଟିବାକୁ ଯାଉଛନ୍ତି ଥାଲାପତି ବିଜୟ । କଂଗ୍ରେସ ପକ୍ଷରୁ ୫, ଭିଦୁଥାଲାଇ ଚିରୁଥାଇଗଲ କାଟଚି (ଭିସିକେ), ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍)ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର (ସିପିଆଇ)ର୨ ଜଣ ଲେଖାଏଁ ମୋଟ ୬ ଜଣ ବିଧାୟକଙ୍କ ସମର୍ଥନ ବିଜୟ ହାସଲ କରିଛନ୍ତି । ବୁଧବାର ଓ ଗୁରୁବାର ଦୁଇଦୁଇ ଥର ବିଜୟ ରାଜ୍ୟପାଳଙ୍କୁ ଭେଟିବା ପରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ସବୁଠାରୁ ଅଧିକ ଭୋଟ୍ ପାଇଥିବା ଦଳ ଭାବେ ସରକାର ଗଢ଼ିବାର ଅଧିକାର ଥାଇ ମଧ୍ୟ ରାଜ୍ୟପାଳ ନିଜ ସଂକୀର୍ଣ୍ଣ ମନୋଭାବର ପରିଚୟ ଦେଇ ବିଜୟଙ୍କୁ ୨ ଦିନ ହେବ ଯେଉଁଭଳି ଦଉଡାଇଛନ୍ତି ତାହା ସାରା ଭାରତବର୍ଷରେ ଏକ ନୂତନ ରାଜନୈତିକ ଶଙ୍କଟ ସୃଷ୍ଟି କରିଛି କହିଲେ ଭୁଲ ହେବନାହିଁ ।
ରେପୋରେଟ୍ ସ୍ଥିର ରଖିଲା RBI
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…




