ପଶ୍ଚିମବଙ୍ଗ:ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବଡ଼ ପରିବର୍ତ୍ତନ । ହଟିବେ ‘ଦିଦି’ ଫୁଟିବ ପଦ୍ମ ! ପଶ୍ଚିମବଙ୍ଗରେ ବିଜେପିର ବମ୍ ବମ୍ । ମମତା ବନାର୍ଜୀଙ୍କ ଗଡ଼ରେ ବିଜେପିର ଦମଦାର ପ୍ରଦର୍ଶନ । ବଙ୍ଗରେ ଲିଡ୍ କରୁଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ମ୍ୟାଜିକ୍ ନମ୍ବର ପାର କରିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା ଜାରି ରହିଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୯୩ ଆସନରେ ଆଗୁଆ ରହିଛି । ଟିଏମସି ୧୦୦ ଆସନରେ ଲିଡ୍ କରୁଛି । ଯାହା ଟିଏମସିକୁ ଝଟକା ଦେଇଛି । ବଙ୍ଗରେ ‘ଦିଦି’ ସରକାରର ପତନ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ କରି ସରକାର ଗଢିବ ବିଜେପି । ପ୍ରାୟ ୨୦୦ ଆସନରେ ଲିଡ୍ କରୁଛି ଗେରୁଆ ଦଳ । କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା ରହିଛି । ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ଆରମ୍ଭ ହୋଇଛି ।

  • Related Posts

    ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍

    ଚେନ୍ନାଇ: ତାମିଲନାଡ଼ୁ ରାଜନୀତି ଓ ସିନେମା ଜଗତର ସମ୍ପର୍କ ଅତି ନିବିଡ଼, କିନ୍ତୁ କେତେବେଳେ ଏହି ଅନ୍ଧଭକ୍ତି ଜଣକର ଜୀବନ ନେଇପାରେ ତାହା କେହି କଳ୍ପନା କରିନଥିଲେ । ସୁପରଷ୍ଟାର୍ ଥାଲାପତି ବିଜୟଙ୍କୁ ନେଇ ଉଠିଥିବା ଏକ ଗୁଜବ ଯୋଗୁଁ ଜଣେ…

    Continue reading
    ୩ ରାଜ୍ୟରେ ବଦଳିବ ସରକାର!

    ପରିବର୍ତ୍ତନର ହାୱା ମଧ୍ୟରେ ଆସାମ ଓ ପୁଡୁଚେରୀରେ ସରକାର ବଦଳିବାର ସମ୍ଭାବନା ନାହିଁ। ଏହି ଦୁଇ ସ୍ଥାନକୁ ଛାଡ଼ି ଦେଲେ ଏପ୍ରିଲ ମାସରେ ହୋଇଥିବା ବାକି ୩ ରାଜ୍ୟରେ ସରକାର ବଦଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ