ପଶ୍ଚିମବଙ୍ଗ ଗୁସ୍କରା ଅଞ୍ଳରେ ଘରୋଇ ସହାୟିକା ଭାବେ କାମ କରୁଥିବା କଲିତା ମାଝୀ ପାଲଟିଛନ୍ତି ବିଧାୟିକା । ବିଜେପି ଟିକେଟ୍ରେ ଔସଗ୍ରାମ ଆସନରେ ଲଢ଼ି ବିଜୟୀ ହୋଇଛନ୍ତି କଲିତା । କଲିତାଙ୍କ ଭଳି ମହିଳାଙ୍କୁ ପ୍ରାର୍ଥୀ କରି ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ତୃଣମୂଳ ସ୍ତରରେ ବା ଶ୍ରମିକ ସ୍ତରରେ କାମ କରୁଥିବା ଲୋକଙ୍କୁ ମଧ୍ୟ ସମାନ ସୁଯୋଗ ଦେଇଛି । ଗୁସ୍କରା ମ୍ୟୁନିସିପାଲିଟି ଅଞ୍ଚଳରେ ରହୁଥିବା କଲିତା ରାଜନୀତିକୁ ଆସିବା ପୂର୍ବରୁ ୪ ଜଣଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ତେବେ ୨୦୨୧ରେ ସେ ଟିଏମ୍ସିର ଅଭେଦାନନ୍ଦଙ୍କ ଠାରୁ ୧୧,୮୧୫ ଭୋଟ୍ରେ ହାରିଯାଇଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟି ତାଙ୍କୁ ପୁଣିଥରେ ଲଢ଼ିବାର ସୁଯୋଗ ଦେଲା ଓ ସେ ବିଜୟୀ ହେଲେ । ତାଙ୍କର ବିଜୟ ଗଣତାନ୍ତ୍ରିକ ପଦ୍ଧତିରେ ହେଉଥିବା ନିର୍ବାଚନ ଯେ, ଶ୍ରମିକ ସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର କ୍ଷମତା ରଖେ ତାହା ପୁଣିଥରେ ପ୍ରମାଣିତ ହୋଇଛି ।
ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ
ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…








