ଓହରିଲେ ରୋହିତ; ନେତୃତ୍ବ ନେବେ ବୁମ୍‌ରା

ସିଡ୍‌ନୀ: ଶୁକ୍ରବାରଠାରୁ ସିଡ୍‌ନୀରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରୁ ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ। ଏହି ମ୍ୟାଚ୍‌ରୁ ସେ ବିଶ୍ରାମ ନେବେ ବୋଲି ଗୁରୁବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଦଳ ସହ ଥିବା ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ଜଣାଇ ଦେଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ କିଛି ସୂତ୍ରରୁ ପ୍ରକାଶ ଯେ ଖରାପ ବ୍ୟାଟିଂ ଫର୍ମ ଏବଂ ତାଙ୍କ ନେତୃତ୍ବରେ ଭାରତ ୩ଟିରୁ ୨ଟି ଟେଷ୍ଟ ହାରିବା ଯୋଗୁଁ ୫ମ ଟେଷ୍ଟରୁ ରୋହିତଙ୍କୁ ବାଦ୍‌ ଦିଆଯାଇଛି।
ଦଳ କିମ୍ବା ବିସିସିଆଇ ପକ୍ଷରୁ ଔପଚାରିକ ଭାବେ କିଛି କୁହା ଯାଇନାହିଁ। ରୋହିତଙ୍କ ସ୍ଥାନରେ ତାରକା ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ଏହି ଟେଷ୍ଟରେ ଭାରତର ନେତୃତ୍ବ ନେବେ। ୨ୟ ସନ୍ତାନର ଜନ୍ମ ସମୟରେ ରୋହିତ ଭାରତରେ ଥିବାରୁ ପର୍ଥରେ ପ୍ରଥମ ଟେଷ୍ଟରେ ବୁମ୍‌ରା ଭାରତର ନେତୃତ୍ବ ନେଇଥିଲେ। ଉକ୍ତ ଟେଷ୍ଟକୁ ଭାରତ ୨୯୫ ରନ୍‌ରେ ଜିତିଥିଲା।
ସିଡ୍‌ନୀ ଟେଷ୍ଟମ୍ୟାଚ୍‌ରେ ରୋହିତଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ ଚୂଡ଼ାନ୍ତ ଏକାଦଶକୁ ଫେରିବା ନିଶ୍ଚିତ। ଗୁରୁବାର ଭାରତୀୟ ଦଳ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅଭ୍ୟାସ କରିଥିବା ବେଳେ ରୋହିତ ନେଟ୍‌ସରେ କିଛି ସମୟ ବ୍ୟାଟିଂ କରିଥିଲେ। ପରେ ମ୍ୟାଚ୍‌ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଯୋଗଦେବାର ଥିଲା। ହେଲେ ଗମ୍ଭୀର ଆସିବା ଗଣମାଧ୍ୟମ ପ୍ରତନିଧିଙ୍କୁ ଚକିତ କରିଥିଲା।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ