ଶୋଇଥିବା ବେଳେ ଯୁବକଙ୍କ କାଟି ଦେଲେ ଗଳା

ଝାରସୁଗୁଡ଼ା : ବାରଣ୍ଡାରେ ଶୋଇଥିବାବେଳେ ଯୁବକଙ୍କ ଗଳା କାଟି ହତ୍ୟା। ଝାରସୁଗୁଡ଼ା ଲଖନପୁର ଥାନା ସୁଲଦିଆ ଲାଲୁମୁଣ୍ଡାରେ ଘଟିଛି ଏଭଳି କିଛି ଭୟଙ୍କର ହତ୍ୟାକାଣ୍ଡ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ମୃତ ଯୁବକ ଜଣକ ହେଉଛନ୍ତି ପ୍ରଦୀପ ଭୋଇ। ତାଙ୍କ ଘର ଲଖନପୁର ଥାନା ସୁଲଦିଆ ଲାଲୁମୁଣ୍ଡା ଗାଁରେ। ପ୍ରଦୀପ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଛି।

ତେବେ କିଏ ଏବଂ କେଉଁ କାରଣ ପାଇଁ ପ୍ରଦୀପଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହତ୍ୟାକାଣ୍ଡର ଖବର ପାଇ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

  • Related Posts

    ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ

    କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

    Continue reading
    ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ

    ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ