ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି: ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମିବା ନାଁ ଧରୁନାହିଁ । ନର୍ଥ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ମଧ୍ୟମଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା । ଘଟଣାରେ ଡ୍ରାଇଭର ସମେତ ଆଉ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଟିଏମ୍ସି କାର୍ୟ୍ୟକର୍ତ୍ତାଙ୍କୁ ଦାୟୀ କରାଯାଇଛି । ପିଏ ହତ୍ୟାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି, ” ଏହା ପ୍ରି-ପ୍ଲାନ ମର୍ଡର । ୧୫ ବର୍ଷର ମହାଜଙ୍ଗଲ ରାଜର ପରିଣାମ । ୨/୩ ଦିନ ରେକି କରିଥିଲେ, ସୁଯୋଗ ଦେଖି ହତ୍ୟା କରିଛନ୍ତି । ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି । ”
ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କ ପିଏଙ୍କ ହତ୍ୟା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟା, ଏବଂ ଡିଜିପି ମଧ୍ୟ ସମାନ କଥା କହିଛନ୍ତି । ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା, ଦୁଇରୁ ତିନି ଦିନ ରେକି କରାଯାଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିଛି । ଆମେ ଏ ଘଟଣାରେ ଦୁଃଖିତ ଏବଂ ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦ ନାହିଁ । ଦିଲ୍ଲୀରେ ଆମର ସମଗ୍ର ନେତୃତ୍ୱ ଏ ବିଷୟରେ ପଚାରି ବୁଝିଛନ୍ତି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମୃତକଙ୍କ ପରିବାର ଏବଂ ପୁଲିସ ସହିତ କଥା ହୋଇଛନ୍ତି । ବିଭିନ୍ନ ନେତା ଏବଂ ନିର୍ବାଚିତ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଏଠାକୁ ଆସିଛନ୍ତି । ପୁଲିସ କିଛି ପ୍ରମାଣ ପାଇଛି ଏବଂ ତଦନ୍ତ କରିବ । ଏହା ୧୫ ବର୍ଷର ଜଙ୍ଗଲ ରାଜର ପରିଣାମ । ବିଜେପି ଏଠାରେ ଗୁଣ୍ଡାମାନଙ୍କୁ ନିପାତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବ। “

  • Related Posts

    ସୀମାପୁରୀ କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

    ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ଚାରିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗୁରୁବାର ଆଉ ଦୁଇଜଣଙ୍କ ଶବ ଉଦ୍ଧାର ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ଘଟିଥିବା ଏହି…

    Continue reading
    ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’

    ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ବିଶେଷ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତ ନିଜର ବାୟୁସେନା ଯୋଦ୍ଧାମାନଙ୍କ ଉପରେ ଗର୍ବିତ’। ବାୟୁସେନା ଦିବସରେ, ଆମେ ଆମର ଆକାଶକୁ ସୁରକ୍ଷା ଦେବାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ