ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଥିମିନଥିବାବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାକେଶ ମହାନ୍ତି (୪୨)। ପୁଲିସର ସୂଚନା ଅନୁସାରେ ବେଙ୍ଗବତୀ ଗ୍ରାମର କିଛି ଯୁବକ ଜନୈକ ବ୍ୟକ୍ତିଙ୍କୁ ଲୁଟ୍ପାଟ୍ ଉଦେଶ୍ୟରେ ଅଟକାଇ ଲୁହାରଡ୍ରେ ନିର୍ଧୁମ ମାଡ଼ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରତର ବ୍ୟକ୍ତିଙ୍କୁ ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ
କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

