ବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ, ଆଜି ନେବେ ଶପଥ

କୋଲକାତା: ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍‌ଡିଏର ବହୁ ନେତା ଯୋଗଦେବେ ।କୋଲକାତାର କନଭେନସନ ସେଣ୍ଟର ଠାରେ ଶୁକ୍ରବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି । ଏଥିସହ ସେ ଶୁଭେନ୍ଦୁଙ୍କୁ ଫୁଲମାଳ ପିନ୍ଧାଇ ଆଲିଙ୍ଗନ କରିଥିଲେ । ଶୁଭେନ୍ଦୁ ମୁଣ୍ଡ ନୁଆଁଇ ଶାହଙ୍କ ଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶୁଭେନ୍ଦୁ ଲୋକଭବନକୁ ଯାଇ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି । ଏଥିସହ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ଶନିବାର ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍‌ଡିଏର ବହୁ ନେତା ଯୋଗଦେବେ ।
୫୬ ବର୍ଷୀୟ ଶୁଭେନ୍ଦୁ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରୁ ହରାଇଛନ୍ତି । ଏଥିସହ ସେ ନନ୍ଦିଗ୍ରାମରୁ ଦ୍ୱିତୀୟଥର ପାଇଁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଥିଲେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟର ୨୯୪ ଆସନରୁ ବିଜେପି ୨୦୭ ଆସନ ପାଇ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକୁ ସମ୍ବୋଧିତ କରି ଶାହ କହିଥିଲେ ଯେ ବେଙ୍ଗଲର ଜନତା ବିଜେପି ଉପରେ ଭରସା ଓ ବିଶ୍ୱାସ ରଖି ପ୍ରଚଣ୍ଡ ବହୁମତରେ ଜିତାଇଛନ୍ତି । ତେଣୁ ଆମେ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବୁ । କେବଳ ବେଙ୍ଗଲ ନୁହେଁ ସମଗ୍ର ଦେଶରୁ ଜଣଜଣ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ିବୁ । ଏହା ଧ୍ରୁବୀକରଣର ପ୍ରସଙ୍ଗ ନୁହେଁ । ଦେଶର ସୁରକ୍ଷା ସହ ଜଡ଼ିତ । ବିଜେପି ବିଧାୟକଙ୍କ ଜିତିବାର ବ୍ୟବଧାନ ହାରାହାରି ୨୮ ହଜାର ରହିଛି । ୩ରୁ ୭୭ ଏବଂ ୭୭ରୁ ୨୦୭ର ଯାତ୍ରା ଅଭୂତପୂର୍ବ ରହିଛି । ୯ ଜିଲ୍ଲାରେ ଟିଏମ୍‌ସି ଖାତା ଖୋଲିପାରି ନାହିଁ । ଦିଦିଙ୍କ ଅସ୍ତିତ୍ୱର ଚିହ୍ନବର୍ଣ୍ଣ ନାହିଁ । ଶୁଭେନ୍ଦୁ ତାଙ୍କୁ ନିଜ ଘରେ ହରାଇଲେ । ତେବେ ଏହି ବିଜୟ ଯେତିକି ଆନନ୍ଦ ଦାୟକ, ତାର ରାସ୍ତା ଅସହ୍ୟ ପୀଡ଼ାରେ ଭରା । ଏହି ବିଜୟର ଶ୍ରେୟ ସେ ଦଳର ୩୨୧ ଜଣ ଦିବଂଗତ କାର୍ୟ୍ୟକର୍ତ୍ତାଙ୍କୁ ଦେଇଛନ୍ତି । କହିଛନ୍ତି ସେମାନେ ରାଜ୍ୟରେ ବିଜେପିକୁ ମଜଭୁତ କରିବା ଲାଗି ଜୀବନ ଦେଇଛନ୍ତି ।

  • Related Posts

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading
    ବଡ଼ ଖବର: ୧୫ରେ ଛାତ୍ର ସଂସଦ ନିର୍ବାଚନ

    ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ