ବାସ୍ତୁ.. ଅଛି କି ପଡୋଶୀ ଘରୁ ଲୁଣ ମାଗିବା ଅଭ୍ୟାସ?

ନିଜର ଦୈନନ୍ଦନିନ ଜୀବନରେ ଅନେକ ଥର ଏପରି ଦେଖାଯାଏ, ଲୋକେ ଜାଣତରେ ହେଉ ଅଥବା ଅଜାଣତରେ ଏପରି କେତେକ ଜିନିଷ ନିଜର ସାଙ୍ଗ, ପଡୋଶୀ ଓ ସମ୍ପର୍କୀୟ ଠାରୁ ନେଇ ଆସନ୍ତି, ଯାହା ଆଣିବା ଉଚିତ୍‌‌ ନୁହେଁ। ବାସ୍ତୁ ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହାକୁ ଦାନ ଦେବା ଉଚିତ ନୁହେଁ କିମ୍ବା ଅନ୍ୟ ଠାରୁ ବିନା ମୂଲ୍ୟରେ ଆଣିବା ଉଚିତ ନୁହେଁ। ଏହି ଅଭ୍ୟାସ କାରଣରୁ ସୁଖସମୃଦ୍ଧି ହ୍ରାସ ସହ ଟଙ୍କାର ଅଭାବ ଲାଗି ରହିବା ସହ କାଙ୍ଗାଳ କରିଥାଏ ବୋଲି କୁହାଯାଏ। ଜାଣନ୍ତୁ..
ଅନେକ ଥର ଏପରି ଦେଖାଯାଏ, ଲୋକେ ପଡୋଣୀ ଠାରୁ କିଛି ଦହି ମାଗି ଆଣିଥାଆନ୍ତି। ସେହି ଦହିକୁ ଆଣି ଘରେ କ୍ଷୀରରେ ମିଶାଇ ଦହି ପ୍ରସ୍ତୁତ କରନ୍ତି। ମାତ୍ର ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଓ ପରିବାର ସଦସ୍ୟଙ୍କ ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇଥାଏ। ଦହି ସର୍ବଦା ଟଙ୍କା ଦେଇ କିଣନ୍ତୁ। ଦହିକୁ ବିନା ଟଙ୍କାରେ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ।
ଅନେକ ଥର ଏପରି ଦେଖାଯାଏ ଘରେ ଲୁଣ ଶେଷ ହୋଇ ଗଲେ ଏହାକୁ ପଡୋଣୀ ଠାରୁ ଆଣିଥାଆନ୍ତି। ମାତ୍ର ବାସ୍ତୁ ଅନୁଯାୟୀ, ଲୁଣର ସମ୍ବନ୍ଧ ଶନିଦେବଙ୍କ ସହ ଜଡିତ। ତେଣୁ ଲୁଣ ବିନା ଟଙ୍କାରେ ଦେବା କିମ୍ବା ଆଣିବା ଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଏହାଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ।
ଦିଆସିଲି ମଧ୍ୟ କାହା ଠାରୁ ବିନା ଟଙ୍କାରେ ଆଣନ୍ତୁ ନାହିଁ। କିମ୍ବା ଦାନ ଦିଅନ୍ତୁ ନାହିଁ। ଦିଆସିଲିର ସମ୍ବନ୍ଧ ଅଗ୍ନିଦେବଙ୍କ ସହ ଜଡିତ। ବାସ୍ତୁ ଅନୁଯାୟୀ, ଏପରି କରିବା ଦ୍ୱାରା ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୋଧ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ସମସ୍ୟା ଲାଗି ରହିଥାଏ।
ବିନା ଟଙ୍କାରେ କାହାରିକୁ କଳାରାଶି ଦେବା ଉଚିତ ନୁହେଁ। କାହା ଠାରୁ ନେବା ମଧ୍ୟ ଉଚିତ ନୁହେଁ। ଏପରି କରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। ଶନିବାର ଦିନ ଭୁଲ୍‌‌ରେ ମଧ୍ୟ କଳାରାଶି ମାଗଣାରେ ଆଣନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ।
କାହାରିକୁ ମଧ୍ୟ ବିନା ଟଙ୍କାରେ ରୁମାଲ ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ହୋଇଥାଏ। ଏହାକୁ କାହାରିକୁ ଉପହାରରେ ମଧ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ।

  • Related Posts

    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading
    ସପ୍ତାହରେ ୩ ଦିନ ଚାଲିବ ପୁରୀ-କୋରାପୁଟ ଏକ୍ସପ୍ରେସ

    ଭୁବନେଶ୍ୱର, ୧୩/୦୫: ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ। ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ