ଆମେରିକାର ନ୍ୟୁୟର୍କ ସିଟି ଠାରେ ମେ, ୪ ତାରିଖରେ ହୋଇଥିବା ମେଟ୍ ଗାଲାରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଡେବ୍ଲ୍ୟୁ ଆପିଅରାନ୍ସ ସବୁତକ ଲାଇମ୍ଲାଇଟ୍ ସାଉଁଟି ନେଇଛି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା କରନ ‘ଫ୍ରେମ୍ ଇନ୍ ଇଟର୍ନିଟି’ ଏକ ସିଗ୍ନେଚର ଗାଉନ୍ ପିନ୍ଧିଥିଲେ । ଏହା ଲାଲ,କଳା ଓ ସୁନେଲି ରଙ୍ଗର ଏକ ରାଜକୀୟ, ମୂର୍ତ୍ତିକୃତ କଳା ମଖମଲ ବନ୍ଧଗାଲା ଜ୍ୟାକେଟ୍, ଏକ ଚମତ୍କାର, ଛଅ ଫୁଟ ଲମ୍ବା କେପ୍ ଗୋଟିଏ ଚଳନ୍ତା କାନ୍ଭାସ ଭଳି ଦେଖାଯାଉଥିଲା । ଯେଉଁ କାନ୍ଭାସ୍ରେ ୧୯ ଶତାବ୍ଦୀର ପ୍ରସିଦ୍ଧ ଚିତ୍ରକର ରାଜା ରବି ବର୍ମାଙ୍କର “ହମସା ଦମୟନ୍ତୀ’ ଓ “କାଦମ୍ବରୀ” ସମେତ ହସ୍ତ-ଚିତ୍ରିତ ଏବଂ ପ୍ରତିକୃତି ଥିଲା । ୮୦ ଜଣ ପାରମ୍ପରିକ କାରୀଗର ୫ ହଜାର ୬ଶହ ଘଣ୍ଟା ବା ଦିନ ଭାବେ ହିସାବ କଲେ ୮୬ ଦିନରୁ ଅଧିକ ସମୟ ଲାଗି ଏହାକୁ ପ୍ରସ୍ତୁତ କରିଥିଲେ । ନିଜ ଲୁକ୍କୁ ମଲ୍ଟି-ଜେମ୍ଷ୍ଟୋନ୍ ହେରିଟେଜ୍ ହାର, କୁନ୍ଦନ ଅଙ୍ଗୁଠି ଏବଂ ଏମରାଲ୍ଡ ହାର ପିନ୍ଧି କମ୍ପ୍ଲିଟ୍ କରିଥିଲେ କରନ୍ । ତେବେ ମେଟ୍ ଗାଲାରେ ବେଶ୍ ପ୍ରଶଂସା ସାଉଁଟି ଥିବା କରନଙ୍କର ଏହି ଲୁକ୍ ପୁଣିଥରେ ଭାଇରାଲ ହୋଇଛି ଅମୂଲ କମ୍ପାନୀର ଏକ ବିଜ୍ଞାପନ ଯୋଗୁଁ । ଅମୂଲ କମ୍ପାନୀ ନିଜ ବିଜ୍ଞାପନରେ ବି କରନଙ୍କ୍ ଲୁକ୍କୁ ନେଇ ପ୍ରଶଂସା କରିଛି ।
ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…
