ସରିଲା ଭଉଁରୀ ଯାତ୍ରା,୨୧ ପ୍ରକାର ବ୍ୟଞ୍ଜନ-ସେବନ କରି ବାହୁଡିଲେ ମା’ଭଗବତୀ

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ଏକୋଇଶି ଦିନ ଧରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚାଲିଥିବା ଚନ୍ଦନଯାତ୍ରା ଶେଷ ତିନିଦିନର ଜଳକ୍ରୀଡ଼ା ଭଉଁରୀରେ ଉଦଯାପିତ ହୋଇଛି । । ଏକୋଇଶିଥର ଚକ୍ରାକାରରେ ଜଳ ପରିକ୍ରମା କୁ ଭଉଁରୀ କୁହାଯାଏ ।ପରେ ଏକୋଇଶିପ୍ରକାର ଶୀତଳ ବାଞ୍ଜନରେ ମଣୋହି ହେବାର ପରମ୍ପରା ଏହି ପୀଠର ଅନନ୍ୟ ନୀତି କାନ୍ତି । ଶ୍ରୀଅଙ୍ଗକୁ ଶୀତଳ ପ୍ରଦାନ ପାଇଁ ଚନ୍ଦନ ଲେପନ ସହିତ,ପଇଡ଼, ତାଳ, ତରଭୁଜ, କାକୁଡ଼ି , ଦହି ,ନବାତ ପଣା,ପରି ଶୀତଳ କାରକ ଦ୍ରବ୍ୟ ସେବନ, ଶୀତଳ ପବନର ସ୍ପର୍ଶ ନିମନ୍ତେ ଆଲଟ ଚାମର ସେବା ସହିତ ସାଂଧ୍ୟ କାଳରେ ଜଳକ୍ରୀଡା ପରି ଶୀତଳ ଉପଚାର ଦେବାଦେବୀଙ୍କ ମାନବୀୟ ଲୀଳାର ଏକ ସୁନ୍ଦରପ୍ରତୀକ । ଭଉଁରୀ ଯାତ୍ରାର ଶେଷ ଦିବସରେ ଗୋପାଳପୁର ଶାସନ ତରଫରୁ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀଙ୍କୁ ବିରାଟ ପଟୁଆର ବାଣରୋଷଣି ରେ ସହର ପରିକ୍ରମା କରାଯାଇ ରଘୁନାଥ ସାଗର ଚନ୍ଦନ ଚକଡ଼ାରେ ବିଜେ କରାଯାଇ ପ୍ରଥମେ ଶୀତଳ ମଣୋହି ପରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦୁର୍ଲଭ ଚନ୍ଦନ ପ୍ରସାଦ ବଣ୍ଟନ କରାଯାଇଥିଲା । ସୁନ୍ଦର ରଙ୍ଗିନ ଆଲୋକ ମାଳାରେ ଝଲସି ଉଠୁଥିଲା ମନ୍ଦିର, ଚନ୍ଦନ ମଣ୍ଡପ, ପୁଷ୍କରିଣୀ ଚାରିପାଖ ।ଘଣ୍ଟା ଘଣ୍ଟକାହାଳୀ ମୃଦଙ୍ଗ ହୁଳହୁଳି ଜୟଜୟକାର ଧ୍ୱନୀର ତାଳେ ତାଳେ ନୃତ୍ୟକାରୀଙ୍କ ନୃତ୍ୟସହିତ ଦେବାଦେବୀଙ୍କୁ ଚାପରେ ବିଜେ କରାଯାଇ ଜଳକ୍ରୀଡା ଆରମ୍ଭ ହୋଇଥିଲା । ଏକୋଇଶିଥର ପରିକ୍ରମା ପରେ ଚାପରୁ ନେଇ ଚଳନ୍ତି ପ୍ରତିମାମାନଙ୍କୁ ସୁବାଷିତ ପୁଷ୍ପ ପରିବେଷ୍ଟିତ ଚନ୍ଦନ କୁଣ୍ଡରେ ମଧ୍ୟରାତ୍ର ପର୍ଯ୍ୟନ୍ତ ରଖାଯିବା ପରେ ପୁଣି ଶୀତଳ ମଣୋହୀ ଆଳତି ସାରି ଜଳସ୍ପର୍ଶ ପରେ ମା’ ଠାକୁରାଣୀ ସାତ ଦେବାଦେବୀଙ୍କ ସହିତ କୋଟ ବିଦ୍ୟାଧରପୁର ଓ ପାଟପୁର ଦେଇ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିରକୁ ବାହୁଡି ଦହି ପଖାଳ ସାଥିରେ ବାଇଗଣ ଭଜା ର ବଡ଼ସିଂଘାର ଧୂପ ହୋଇ ଶୟନ କରିବାପରେ ଏକୋଇଶି ଦିନର ଏହି ଚନ୍ଦନଯାତ୍ରା ଶେଷ ହୋଇଥିଲା । ମା’ଙ୍କୁ ଦର୍ଶନ କରି କୃପାଲାଭ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ବାଣପୁରର ମହାନ ଏହି ପାରମ୍ପରିକ ଯାତ୍ରାର ସଫଳତା ପାଇଁ ତିନିଶାସନ ବିଶେଷ କରି ଗୋପାଳପୁର ଶାସନର ସମସ୍ତ ଯୁବଗୋଷ୍ଠୀ, ବୁଦ୍ଧିଜୀବି ଗ୍ରାମବାସୀ ଙ୍କ କଠିନ ଶ୍ରମଦାନ ସହିତ , ମନ୍ଦିର ପ୍ରଶାସନର କର୍ମକର୍ତ୍ତା, ଦେବୋତ୍ତର କାର୍ଯ୍ୟାଳୟର କର୍ମଚାରୀ, ନିଯୋଗୀ ସେବାୟତ, ଥାନାଧିକାରୀ ଜୟପ୍ରକାଶପରୀଡ଼ା ଓ ଆରକ୍ଷୀ ବାହିନୀଙ୍କ ସହଯୋଗରେ ଏହି ପ୍ରସିଦ୍ଧ ଭଉଁରୀ ଯାତ୍ରା ଶୃଙ୍ଖଳାର ସହିତ ସମାହିତ ହୋଇଥିବା କଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ପ୍ରକାଶ ।
(ବାଣପୁରରୁ ଶିବଶଙ୍କର ସାହୁ)

  • Related Posts

    ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

    ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ…

    Continue reading
    ସାମାଜିକ କର୍ମୀ ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା: ୨ ଗିରଫ

    ଦେବଗଡ଼:ଗତ ଫେବୃଆରୀ ମାସ ୧୬ ତାରିଖରେ ଦେବଗଡ ଥାନାର ଟାଇଁସର ସ୍ଥିତ ଫାର୍ମ ହାଉସରେ ସାମାଜିକ କର୍ମୀ ରିଆମାଳ ଥାନାଂଚଳର ପୁରୁମୁଣ୍ଡା ଗ୍ରାମର ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାର ଆଜି ଦେବଗଡ ଥାନା ପୁଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ