• ଆଇଆଇଟି ବମ୍ବେର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଲେ
• ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
• ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପ୍ରତିଷ୍ଠା ଦିବସ ଅବସରରେ ‘ଗ୍ଲୋବାଲ କଲୋକ୍ୱିଅମ୍-୨୦୨୬’ ରେ ଯୋଗଦେଲେ
• ଆର୍ଥିକ ପ୍ରଗତି ସହ ସାମାଜିକ ସଚେତନତା ଓ ମାନବୀୟ ସମ୍ବେଦନଶୀଳତା ହିଁ ପ୍ରକୃତ ବିକାଶର ମାପକାଠି
ମୁମ୍ବାଇ,୧୧/୦୫/୨୦୨୬:ଭାରତର ପ୍ରଥମ ‘ଇଣ୍ଟିଗ୍ରେଟେଡ୍ କାର୍ବନ କ୍ୟାପଚର, ୟୁଟିଲାଇଜେସନ୍ ଏଣ୍ଡ୍ ଷ୍ଟୋରେଜ୍ (ସିସିୟୁଏସ)’ ଫିଲ୍ଡ ଲାବୋରେଟୋରୀର ଶୁଭାରମ୍ଭ ବର୍ତ୍ତମାନ ସମୟରେ ପୂର୍ଣ୍ଣ ରୂପେ ସ୍ୱାଗତଯୋଗ୍ୟ । ଏହା ଭାରତର ସ୍ୱଚ୍ଛ ଉର୍ଜା ଇନୋଭେସନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ଆଇଆଇଟି ବମ୍ବେ ଠାରେ ଏହି ଲ୍ୟାବର ଶୁଭାରମ୍ଭ କରିବା ସହ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପଞ୍ଚାମୃତ’ ପ୍ରତିଶ୍ରୁତି ଏବଂ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବାରେ ଏହି ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଜ୍ଞାନ ଆହରଣ ନୁହେଁ, ବରଂ ନବସୃଜନ ଓ ଗବେଷଣା ମାଧ୍ୟମରେ ଦେଶର ସାମର୍ଥ୍ୟ ବୃଦ୍ଧି କରୁଛନ୍ତି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଶିକ୍ଷାବିତ୍, ଶିଳ୍ପ ଜଗତ ଏବଂ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ସମନ୍ୱୟ ଜରୁରୀ। ଆଇଆଇଟି ବମ୍ବେର ଦ୍ୱାରା ପ୍ରୋତ୍ସାହିତ ଷ୍ଟାର୍ଟଅପ୍ ‘ଉର୍ଜାନୋଭାକ’କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ ଏହାକୁ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି ।
ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର
ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…







