
ଦେବଗଡ଼:ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କ ୨ମାସ ହେଲା ଦରମା ମିଳିନଥିବାବେଳେ ଇପିଏଫ ଟଙ୍କା ମଧ୍ୟ ଠିକ ସମୟରେ ପୈଠ କରାଯାଉନଥିବା ସଫେଇ କର୍ମଚାରୀମାନେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୮ ତାରିଖରୁ ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଯାହାଫଳରେ କି ସହରରେ ପରିମଳ ବ୍ୟବସ୍ଥା ଠପ ହୋଇଯାଇଥିଲା।ତେବେ ଆଜି ପୌର କର୍ତ୍ତୁପକ୍ଷ ସେମାନଙ୍କ ସହ ଆଲୋଚନା କରି ଦରମା ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଏହାସହିତ କାର୍ଯ୍ୟରେ ଯୋଗ ଦେବା ସହ ସହରର ସଫେଇ କରିଥିଲେ।


