ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଦେବଗଡ଼ ତା.୧୧.୦୫.୨୦୨୬.
ଆଜି ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୧୮ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୦୯ ଟି ବ୍ୟକ୍ତିଗତ ଏବଂ ୦୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।ଜମି ପଟ୍ଟା ସଂଶୋଧନ, କେନାଲ, ନଳକୂପ ଖନନ , ଝାଲିଆ ମରା ରାସ୍ତା ନିର୍ମାଣ ଓ କ୍ଳବ୍ ଘର ନିର୍ମାଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଓ ତହସିଲଦାର କର୍ଣ୍ଣ ମଲିକ୍ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

  • Related Posts

    ବିଶ୍ୱ ଦକ୍ଷତା କେନ୍ଦ୍ରରେ ମନ୍ତ୍ରୀଙ୍କ ସମୀକ୍ଷା: ସଂପ୍ରସାରଣ ଓ ଶିଳ୍ପ ଭିତ୍ତିକ ଦକ୍ଷତା ବିକାଶ ଉପରେ ଗୁରୁତ୍ବ

    ଭୁବନେଶ୍ବର:ବିଶ୍ୱ ଦକ୍ଷତା କେନ୍ଦ୍ର ଓଡ଼ିଶାରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଏବେ ଏହାର ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ, ଶିଳ୍ପ ସହଭାଗିତାକୁ ସୁଦୃଢ଼ କରି ଏବଂ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାର…

    Continue reading
    ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର : ମନ୍ତ୍ରୀ

    ଭୁବନେଶ୍ଵର:ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର । ଏହି ପାରମ୍ପରିକ କଳାର ସରଂକ୍ଷଣ ସହ ହଜାର ହଜାର କାରିଗରଙ୍କୁ ଜୀବିକା ଯୋଗାଇବାରେ ଉତ୍କଳିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ