ଦେବଗଡ଼:ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳରେ ପାଣିରେ ବୁଡି ଆଜି ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା ବେହେରାଙ୍କ ପୁଅ ଆଦିତ୍ୟ(୬)।ନାବାଳକର ଘର ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଂଚଳରେ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଆଦିତ୍ୟ ତାଙ୍କ ମାମଁୁ ଘର ଦେବଗଡ ଜିଲ୍ଲାର ଦନ୍ତାରିବାହାଳ ଗ୍ରାମକୁ ଆସିଥିଲେ। ତେବେ ଆଜି ମତୁଆଳୀ ନାଳରେ ଏକ ହାତୀ ଜଳକ୍ରୀଡା କରୁଥିବାବେଳେ ଆଦିତ୍ୟ ଦେଖିବାକୁ ଯାଇଥିଲା।କିନ୍ତୁ ଅସାବଧନତାବଶତଃ ସେ ପାଣିରେ ଖସିପଡିଥିଲେ।ସଂଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଆଦିତ୍ୟକୁ ମୃତ ଘୋଷଣା କରିଥିଲେ।ସୂଚନାପାଇ ଦେବଗଡ ଥାନା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…




