ଦେବଗଡ଼,୧୨/୦୫/୨୦୨୬: ଜିଲ୍ଲା ସଂସ୍କୃତି ଭବନ ଠାରେ ସୋମବାର ଦିନ ରାଜ୍ୟ ଶିକ୍ଷକ ସଂଯୋଜକ କଳା ଏବଂ ଜୀବନ ଜାପନ ଓଡ଼ିଶା ହିମାଂଶୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରୀଶ୍ରୀ ରବିଶଙ୍କର ଙ୍କ ଜନ୍ମଦିନ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଆଇନଜିବୀ ଦିଲୀପ ଗୁରୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ମାନବତାବାଦି ଏବଂ ଶାନ୍ତି ଦୂତ ୧୯୮୧ ମସିହାରେ ସିଏ ଆର୍ଟ ଅଫ୍ ଲିଭିଙ୍ଗ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଏହା ବର୍ତ୍ତମାନ ୧୮୦ ଦେଶରେ କାର୍ଯ୍ୟରତ ସୁଦର୍ଶନ କ୍ରିୟା ତାଙ୍କ ଦ୍ଵାରା ଉଦ୍ଭାବିତ ଏବଂ ଶକ୍ତିଶାଳୀ ଶ୍ୱାସ ପ୍ରକ୍ରିୟା,ମାନସିକ ଚାପ କମାଇବା ପାଇଁ ବିଶ୍ୱ ପ୍ରସିଦ୍ଧ। ତାଙ୍କର ଶିକ୍ଷାର ମୂଳମନ୍ତ୍ର ହେଲା ଯୋଗ,ଧ୍ୟାନ,ସେବା ଏବଂ ଜ୍ଞାନ ଦ୍ୱାରା ହିଂସା ମୁକ୍ତ ଓ ତାପ ମୁକ୍ତ ସମାଜ ଗଠନ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରେ ପରେ ରାଜ୍ୟ ଶିକ୍ଷକ ସଂଯୋଜକ, ଓଡ଼ିଶା ଶ୍ରୀ ପଣ୍ଡା ତାଙ୍କ ଜୀବନ ଦର୍ଶନ ଉପରେ ଆଧ୍ୟାତ୍ମିକ ଉପରେ ପ୍ରବଚନ ଦେଇଥିଲେ।
ପିଆଜ ଦର ବୃଦ୍ଧି
କଟକ: ଡାଲି, ତେଲ ,ଚାଉଳ, କଞ୍ଚା ପରିବା ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ଯେଉଁ ପିଆଜ ଦର ଗତ କିଛି ଦିନ ତଳେ ସ୍ୱାଭାବିକ ଥିଲା, ଏବେ ହଠାତ୍ ବୃଦ୍ଧି ପାଇଛି । ପୂର୍ବରୁ ପିଆଜ କିଲୋପ୍ରତି…




