କ୍ରିକେଟ୍‌ ଦଳ କିଣିଲେ ରାହୁଲ ଦ୍ରାବିଡ଼ ଓ ବଲିଉଡ୍‌ ଅଭିନେତା ଅଭି‌ଷେକ ବଚ୍ଚନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ନୂଆକରି ଆରମ୍ଭ ହେବାକୁ ଯାଉଥିବା ୟୁରୋପିଆନ୍‌ ଟ୍ବେଣ୍ଟି-୨୦ ପ୍ରିମିୟର୍‌ ଲିଗ୍‌ (ଇଟିପିଏଲ୍‌)ର ‘ଡବଲିନ୍‌ ଗାର୍ଡିଅନ୍ସ’ଦଳକୁ କିଣି ନେଇଛନ୍ତି। ତା’ ସହିତ ଏହି ଲିଗ୍‌ ୟୁରୋପରେ କ୍ରିକେଟ୍‌ର ବିକାଶ ଦିଗରେ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି। ୟୁରୋପ୍‌ରେ ଫୁଟ୍‌ବଲ୍‌ ପ୍ରମୁଖ ଖେଳ। ଏଣୁ ସେଠାରେ କ୍ରିକେଟ୍‌ର ପ୍ରସାର ପାଇଁ ପର୍ୟ୍ୟନ୍ତ ସୁଯୋଗ ରହିଛି। ଏହି ଲିଗ୍‌ର ଏକ ଦଳର ମାଲିକ ‌ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ଦ୍ରାବିଡ଼ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବଲିଉଡ୍‌ ଅଭିନେତା ଅଭି‌ଷେକ ବଚ୍ଚନ ମଧ୍ୟ ଇଟିପିଏଲ୍‌ର ଏକ ଦଳ କିଣିଛନ୍ତି। ଏହି ଲିଗ୍‌କୁ ନେଦରଲାଣ୍ଡ୍‌ସ, ଆୟର୍ଲାଣ୍ଡ୍‌ ଓ ସ୍କଟଲାଣ୍ଡ୍‌ କ୍ରିକେଟ୍‌ ବୋର୍ଡ ସମର୍ଥନ କରୁଛନ୍ତି। ସେହିଭଳି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ୱ’, ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର୍‌ ଫାଫ୍‌ ଡୁ’ପ୍ଳେସିସ୍‌, ଜଣ୍ଟି ରୋଡସ୍‌, ହେନରିକ୍ କ୍ଲା‌ସେଁ ଏବଂ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ୍‌ ମଧ୍ୟ ଏହି ଲିଗ୍‌ର ଅଂଶଧନ କିଣିଛନ୍ତି କିମ୍ବା ଭିନ୍ନ ଭିନ୍ନ ଦଳର ମାଲିକ ଅଛନ୍ତି।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ