
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ନାସିକରେ ଜଣେ ଅଟକ। ଶୁଭମ ଖୈରନାର ନାମକ ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ପଚାରାଉଚରା କରୁଛି CBI। ଶୁଭମଙ୍କୁ ପ୍ରଥମେ ନାସିକର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପରେ ନାସିକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଉଛି। ଦେଶବ୍ୟାପୀ ୨୨ ଲକ୍ଷରୁ ଅଧିକ ନିଟ୍ ପରୀକ୍ଷାର୍ଥୀଙ୍କୁ ଶକ୍ତ ଝଟକା ଲାଗିଛି। ମେ ୩ରେ ଅନୁଷ୍ଠିତ NEET-UG ପରୀକ୍ଷା ବାତିଲ ହୋଇଛି।
ପରୀକ୍ଷା କିଛି ଦିନ ଆଗରୁ ରାଜସ୍ଥାନରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ ନିଷ୍ପତ୍ତି ନେଇଛି ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି ଏନଟିଏ। ଏ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ସେପଟେ ଆସନ୍ତା ୭ ଦିନ ଭିତରେ ପୁଣି ପରୀକ୍ଷା ସିଡ୍ୟୁଲ ପାଇଁ ଏନଟିଏ କର୍ତ୍ତୃପକ୍ଷ ଘୋଷଣା କରିଥିଲେ ବି ବର୍ଷ ବର୍ଷର ପରିଶ୍ରମ କରି ଟେଷ୍ଟ ଦେଇଥିବା ପିଲାଙ୍କ ଉପରେ ପୁଣି ପରୀକ୍ଷା ବୋଝକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ।
