ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିଛି। ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସାଧାରଣ ଧାନର ଏମଏସପି ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନ ପାଇଁ ୨,୪୬୧ ଟଙ୍କା ସ୍ଥିର କରାଯାଇଛି। ଗତ ଖରିଫ ଋତୁରେ ସାଧାରଣ ଧାନର ଏମଏସପି ଥିଲା ୨୩୬୯ ଟଙ୍କା ଏବଂ ଗ୍ରେଡ-ଏ ଧାନର ଏମଏସପି ଥିଲା ୨୩୮୯ ଟଙ୍କା। ସୂର୍ୟ୍ୟମୁଖୀ ମଞ୍ଜିରେ ୮,୩୪୩ ଟଙ୍କା ଏମଏସପି ସ୍ଥିର କରାଯାଇଥିବା ବେଳେ ମକା ପାଇଁ ୨,୪୧୦ ଟଙ୍କା, ହରଡ଼ ପାଇଁ ୮,୪୫୦ ଟଙ୍କା, ମୁଗ ପାଇଁ ୮,୭୮୦ ଟଙ୍କା ଏବଂ କପା ପାଇଁ ୮,୬୬୭ ଟଙ୍କା ସହାୟକ ମୂଲ୍ୟ ସ୍ଥିର ହୋଇଛି। ଗତ ବର୍ଷ ତୁଳନାରେ ସୂର୍ୟ୍ୟମୁଖୀ ମଞ୍ଜି ଉପରେ ଏମଏସପି ସର୍ବାଧିକ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କା ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।
ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ
କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…




