ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ

ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ ସରକାରୀ ବାବୁ ଓ ବାବୁଆଣୀ ମାନେ ଧଜ୍ଜିଆ ଉଡାଉଥିବା ଲକ୍ଷ୍ୟ କରାଯାଉଛି। ନିମାପଡ଼ା ରେ ବ୍ଲକ୍,ତହସିଲ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପୂର୍ତ୍ତ, ଗ୍ରାମ୍ୟ ପାନୀଜଳ ଯୋଗାଣ, ୱାଟକୋ, ଏନ୍ ଏ ସି ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ସକାଳୁଆ ଅଫିସ ଖୋଲିବା ପାଇଁ ସରକାର ଘୋଷଣା କରିଥିବା ବେଳେ ନିମାପଡ଼ାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସକାଳ ୭ ପୁର୍ବରୁ କେତେକ ଅଫିସର ପିଅନ ଆସି ତାଲା ଖୋଲି ଘର ଓଳାଇ ଦେଇ ରୁମରେ ଫ୍ୟାନ ଓ ଆଲୁଅ ଲଗାଇ ଦେଉଛନ୍ତି । କିନ୍ତୁ ବାବୁ ଓ ଵାବୁଆଣୀ ମାନଙ୍କୁ ଅଫିସର୍ ନିଜ ନିଜ ଚେୟାର ବା ଆସନରେ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନ ପାଇ ଅପେକ୍ଷା କରି ବସୁଛନ୍ତି । ବାବୁ ଓ ବାବୁଆଣି ମାନେ ଦିନ ୧୦ ଓ ୧୧ ଟା ପରେ କାର୍ଯ୍ୟାଳୟକୁ ମନ ଇଚ୍ଛା ଆସୁଛନ୍ତି । ଅପେକ୍ଷା କରିଥିବା ଲୋକେ ପିଅନ କିମ୍ବା ଅଫିସର ଅନ୍ୟ ତଳିଆ କର୍ମଚାରୀଙ୍କୁ ପଚାରିଲେ ଗୋଟିଏ ଉତ୍ତର ବାବୁ ସାଇଟ୍ ଉପରକୁ ଯାଇଛନ୍ତି। ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେଉଁ ଲକ୍ଷ ରଖି କାର୍ଯ୍ୟ କରୁଛନ୍ତି ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ମାନଙ୍କ ଏଭଳି ଠକାମୀ ଓ ଅଳସୁଆ ମନୋଭାବ ଉପ ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ ପୁରଣ କରିବାରେ ବାଧା ସୃଷ୍ଟି କରିବନି ତ? ଏଭଳି ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ସତେ ଯେମିତି ନିମାପଡ଼ାରେ କେବଳ କାଗଜ କଲମରେ ସକାଳୁଆ ଅଫିସ ସୀମିତ ରହିଛି। ଉପ ମୁଖ୍ୟମନ୍ତ୍ରୀ ଓ ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ