“ଓଡ଼ିଶା ଭିଜନ” ଲକ୍ଷ୍ୟରେ ଗଞ୍ଜାମର ୨୫ ଟି ପ୍ରମୁଖ ପଦକ୍ଷେପ

ଭୁବନେଶ୍ୱର,୧୪।୦୫।୨୬: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. “ଓଡ଼ିଶା ଭିଜନ” ଲକ୍ଷ୍ୟ ନେଇ ଜିଲ୍ଲାର ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଏକ ରୋଡମ୍ୟାପ ଉପସ୍ଥାପନ କରିଥିଲେ । ଗୋପାଳପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ବିକଶିତ କରିବା, ‘ବାହୁଦା’ ଗଭୀର ସମୁଦ୍ର ବନ୍ଦରର ବିକାଶ, ବୃହତ୍ ବ୍ରହ୍ମପୁର ମହାନଗର ନିଗମର ସାମଗ୍ରିକ ଉନ୍ନତି, ପିପଲପଙ୍କା ଜଳସେଚନ ପ୍ରକଳ୍ପ, ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର, ଜାତୀୟ ରାଜପଥ-୧୬ ର ସଂପ୍ରସାରଣ ଓ ଏହାକୁ ୬ ଲେନ୍‌ ବିଶିଷ୍ଟ କରାଯିବା, ଋଷିକୂଲ୍ୟାରେ କଂସାରୀଗଣ୍ଡ ଅନ୍ତଃ-ନଦୀ ଜଳାଶୟ ପ୍ରକଳ୍ପ, ଜିଲ୍ଲାର ବାକି ରହିଥିବା ସବୁ ବ୍ଲକକୁ ମେଗା ପାଇପ ଜଳଯୋଗାଣ ସୁବିଧା, ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ଶେଷ କରାଯିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଏମସ ପ୍ଲସ୍ ବର୍ଗରେ ସୁପରସ୍ପେସିଆଲିଟି ଚିକିତ୍ସାଳୟ ସୁବିଧା, ଗଂଜାମରେ ଟେକ୍ସଟାଇଲ ପାର୍କ ସ୍ଥାପନ, କିଆଫୁଲ ସଂଗ୍ରହରୁ ଅତର ପ୍ରସ୍ତୁତି କରାଯାଉଥିବା ଆନୁଷ୍ଠଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, କଳିଙ୍ଗ ଷ୍ଟାଡିଅମ୍ ମଡେଲରେ ବ୍ରହ୍ମପୁରରେ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ, ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ, ମା ତାରିଣୀ ରିଭର ଫ୍ରଣ୍ଟ ବିକାଶ ପ୍ରକଳ୍ପ, ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ, ମଡେଲ ଅଙ୍ଗନବାଡି କେନ୍ଦ୍ର ଓ ଶିଶୁ ବାଟିକା, ପର୍ଯ୍ୟଟନ କ୍ଲଷ୍ଟର, ଶୁଖୁଆ ଉତ୍ପାଦନଭିତ୍ତିକ ଆନୁଷ୍ଠଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, ବିଭିନ୍ନ ସଡ଼କ ଭିତ୍ତିଭୂମିର ଉନ୍ନତିକରଣ ସହ ସଡ଼କ ସୁରକ୍ଷାକୁ ପ୍ରାଥମିକତା, ସ୍ୱାସ୍ଥ୍ୟସେବା, ଆଦର୍ଶ ପାକ୍ସ, ଲାମ୍ପ୍ସ ନିର୍ମାଣ, ଜିଲ୍ଲାରେ ନିଯୁକ୍ତି ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମର ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇ ଶ୍ରମିକମାନଙ୍କ ବାଧ୍ୟତାମୂଳକ ପ୍ରବାସକୁ ହ୍ରାସ କରିବା ଆଦି ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ସୀମା ଭିତରେ ସାରିବା ପାଇଁ ସେ ମଧ୍ୟ ରୋଡ୍ ମ୍ୟାପରେ ଦର୍ଶାଇଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତାବ ସଂପର୍କରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ନିର୍ମାଣାଧିନ ଏବଂ ଆକାଂକ୍ଷୀ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ମିଳିତ ସହଯୋଗ ନେଇ ମତ ରଖିଥିଲେ । ବ୍ରହ୍ମପୁର ସହରର ଅତ୍ୟଧିକ ଭିଡ କମାଇବା ପାଇଁ ପୁନର୍ବିକାଶ ସଂପର୍କିତ ଆଲୋଚନା ସହ ଏମ୍‌ଏସ୍‌ଏମଇ କ୍ଲଷ୍ଟର ନିର୍ମାଣ ଆଦି ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ