ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ନିର୍ଦ୍ଧାରଣ କରାଯାଇଥିବା କମିଶନ ସୂଚନା ଦେଇଛନ୍ତି।ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ବାଦ୍ ଦେଇ ଏହି ସଂଶୋଧନ କାର୍ଯ୍ୟକ୍ରମ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିବ। ଏହି ତିନିଟି ଅଞ୍ଚଳରେ ପ୍ରତିକୂଳ ପାଣିପାଗ ଏବଂ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଅଲଗା ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ।
ରାଜ୍ୟରେ ହେବାକୁ ଥିବା ଏହି ବ୍ୟାପକ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୩୮ ହଜାର ୧୨୩ ଜଣ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରେ ଘରେ ପହଞ୍ଚି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ୨୭ ହଜାର ୭୨୩ ଜଣ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିୟୋଜିତ ହୋଇଛନ୍ତି।
ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍‌ରେ ଜଣେ କରି ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୫୯ କୋଟି ଭୋଟରଙ୍କ ତଥ୍ୟ ସଫଳତାର ସହ ସଂଶୋଧନ କରାଯାଇଥିଲା। । ଏହି ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ୬.୩ ଲକ୍ଷରୁ ଅଧିକ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୯.୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ମାନଙ୍କୁ ନିଯୁକ୍ତ କରାଯାଇଥିଲା

  • Related Posts

    ଏସକର୍ଟ ଗାଡ଼ିକୁ ହଟାଇଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ…

    Continue reading
    ଏଣିକି ଆପାର୍ଟମେଣ୍ଟର ସାଧାରଣକ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ମାତ୍ର ୫୦,୦୦୦ଟଙ୍କା ଷ୍ଟାମ୍ପ ଦେୟ

    ଭୁବନେଶ୍ବର: ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଚଳିତ ଥିବା ଆପାର୍ଟମେଣ୍ଟ୍ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଓ ସରକାରଙ୍କ ରାଜସ୍ବ ଆଦାୟକୁ ସୁରକ୍ଷିତ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ