ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି ଓଡିଶା ହସ୍ତଶିଳ୍ପ ଚିଠା ନୀତି ପ୍ରସ୍ତୁତ ହୋଇଛି : ମନ୍ତ୍ରୀ

ଭୁବନେଶ୍ଵର: “ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପରାମର୍ଶଦାତା କର୍ମଶାଳା ସ୍ଥାନୀୟ ମେ ଫେୟାର ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କହିଛନ୍ତି, ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ । ହସ୍ତଶିଳ୍ପୀମାନେ ଆମ ସାଂସ୍କୃତିକ ଐତିହ୍ୟର ସରଂକ୍ଷକ । ତେଣୁ ହସ୍ତଶିଳ୍ପର ସୁରକ୍ଷା, ସରଂକ୍ଷଣ ଓ ପ୍ରସାର ପ୍ରଚାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ କେନ୍ଦ୍ର କରି “ଓଡିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ପ୍ରସ୍ତୁତ ହୋଇଛି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ପ୍ରାରମ୍ଭିକ ଅଭିଭାଷଣ ରଖି “ଓଡିଶା ହସ୍ତଶିଳ୍ପ ଚିଠା ନୀତି–୨୦୨୬” ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବିକଶିତ ଓଡ଼ିଶା @ ୨୦୩୬ ଏବଂ ଓଡ଼ିଶା ଭିଜନ୍ ଡକୁମେଣ୍ଟ ଲକ୍ଷ୍ୟ ହାସଲ ଆଧାରରେ ଆମେ ଚିଠା ନୀତି ପ୍ରସ୍ତୁତ କରିଛୁ ବୋଲି କହିଥିଲେ । ବୁଦ୍ଧିଜୀବୀ, ବିଶେଷଜ୍ଞ, ଡିଜାଇନର୍, ଶିକ୍ଷାବିତ୍, ରପ୍ତାନିକାରୀ, କାରିଗରଙ୍କ ଗଠନମୂଳକ ମତାମତ ଆଧାରରେ ଏହି ନୀତି ଚୂଡ଼ାନ୍ତ ହେବ ।

ଅଧିକ ବ୍ୟବସାୟ ପାଇଁ ବଜାର ସୁବିଧା, ମେସିନ୍-ନିର୍ମିତ ସାମଗ୍ରୀ ସହିତ ପ୍ରତିଯୋଗିତା, ପର୍ଯ୍ୟାପ୍ତ କଞ୍ଚାମାଲ ସୁବିଧା, ଯୁବପିଢିଙ୍କୁ ଆକର୍ଷିତ କରିବା ଭଳି ଡିଜାଇନ୍, ଡିଜିଟାଲ୍ ମାର୍କେଟିଙ୍ଗ, ଗ୍ଲୋବାଲ ମାର୍କେଟ ଚେନ୍ ସହ ସଂଯୋଗ, ସମବାୟ ସଂସ୍ଥାର ସଶକ୍ତୀକରଣ, ହସ୍ତଶିଳ୍ପ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ, ଜି.ଆଇ ଟ୍ୟାଗ୍‍ ଉତ୍ପାଦକୁ ପ୍ରୋତ୍ସାହନ, ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ହୋତା, ପଦ୍ମଶ୍ରୀ ବିନୋଦ ମହାରଣା, ପଦ୍ମଶ୍ରୀ ପ୍ରଭାକର ମହାରଣା, ପ୍ରଫେସର ଡକ୍ଟର ଅଖିଳ ବିହାରୀ ଓତା, ପ୍ରଫେସର ହରେକୃଷ୍ଣ ମିଶ୍ର, ପ୍ରଫେସର କିଶୋର କୁମାର ବାସା, ‘ସିଏସଆଇଆର-ଆଇଏମଏମଟି’ର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଏନଆଇଏଫଟି ନିର୍ଦ୍ଦେଶିକା ବିଭାବରି କୁମାର, ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ସମସ୍ତ ଜିଲ୍ଲାର ହସ୍ତଶିଳ୍ପ ଅଧିକାରୀ, ଜାତୀୟ ତଥା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ କାରିଗର, ବିଶେଷଜ୍ଞ, ଶିକ୍ଷାବିତ୍, ରପ୍ତାନିକାରୀ, ସମବାୟବିତ୍, ଡିଜାଇନର୍, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

  • Related Posts

    ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

    କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ…

    Continue reading
    ଘୂର୍ଣ୍ଣିବଳୟ ସକ୍ରିୟ : ୧୩ରେ ଲଘୁଚାପ

    ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ