ଏଣିକି ଆପାର୍ଟମେଣ୍ଟର ସାଧାରଣକ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ମାତ୍ର ୫୦,୦୦୦ଟଙ୍କା ଷ୍ଟାମ୍ପ ଦେୟ

ଭୁବନେଶ୍ବର: ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଚଳିତ ଥିବା ଆପାର୍ଟମେଣ୍ଟ୍ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଓ ସରକାରଙ୍କ ରାଜସ୍ବ ଆଦାୟକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ରେ ଆବଶ୍ୟକ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିବା ନିମନ୍ତେ କ୍ୟାବିନେଟର ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ [Odisha Apartment (Ownership and Management) Act, 2023] ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍‌ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକୁ (Common areas and facilities) ଆସୋସିଏସନ ଅଫ୍ ଆଲଟି(Association of Allottees)ଙ୍କ ସପକ୍ଷରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ଅଟେ l ଏଥିପାଇଁ ଆସୋସିଏସନ ଅଫ୍ ଆଲଟି (Association of Allottees)ଙ୍କୁ ଦଲିଲ୍‌ ପଞ୍ଜୀକରଣ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା, ଯାହାକି ସେମାନଙ୍କ ଉପରେ ଅଧିକ ଆର୍ଥିକ ଭାର ସୃଷ୍ଟି କରୁଥିଲା ଏବଂ ଏହାଦ୍ଵାରା ଆପାର୍ଟମେଣ୍ଟ ପଞ୍ଜୀକରଣରେ ବାଧା ସୃଷ୍ଟି ହେଉଥିଲା l
ତେବେ, ବର୍ତ୍ତମାନ ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜୀକରଣ ନିମନ୍ତେ Association of Allotteesଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ୫୦,୦୦୦/-ଟଙ୍କା ମାତ୍ର ଷ୍ଟାମ୍ପ ଦେୟ ଦେବାକୁ ପଡିବ। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡିକ(common areas and facilities)ର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡ୍ୟୁଟି ଆନୁପାତିକ ଭାବେ ଆଦାୟ ହେବ । ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡିବ ।

  • Related Posts

    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading
    ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

    ଦେବଗଡ଼:ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ଯୋଗାଣ ବିଭାଗର ଏମଡି କେ ସୁଦର୍ଶନ ଚକ୍ରବର୍ତ୍ତୀ ୨ ଦିନିଆ ଦେବଗଡ ଗସ୍ତରେ ଆସି ଆଜି ପୌରାଚଂଳ,ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲା ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ