୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ଦେବଗଡ କଲେଜରେ ୧୧ଜଣ ଛାତ୍ରଛାତ୍ରୀ ନିର୍ବାଚନ ପାଇଁ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୫ଜଣ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜଣାପଡିଛି।ଦେବଗଡ କଲେଜରେ ନାମାଙ୍କନ କାଏମ ତାଲିକ ପ୍ରକାଶ ପାଇବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା।କଲେଜ କର୍ତ୍ତୁପକ୍ଷ ଓ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ସେହିପରି ରିଆମାଳ ବ୍ଲକର ବୁଢାପାଳ ପିଏସ ଡିଗ୍ରୀ କଲେଜରେ ୧୮ଜଣ ଛାତ୍ରଛାତ୍ରୀ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର କାଏମ ରହିଛି।ପଳସମା ଡିଗ୍ରୀ କଲେଜରେ ନିର୍ବାଚନରେ ବିଭିନ୍ନ ପଦ ପାଇଁ ୧୦ଜଣ ଛାତ୍ରଛାତ୍ରୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ଜଣାପଡିଛି।ବାରକୋଟ ବ୍ଲକର କଲା ପଂଚାୟତ ଡିଗ୍ରୀ କଲେଜରେ ୧୭ଜଣ ଛାତ୍ରଛାତ୍ରୀ ବିଭିନ୍ନ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୧୬ଟି କାଏମ ରହିଥିବାବେଳେ ଗ‌ୋଟିଏ ନାମାଙ୍କନ ପତ୍ର ନାକଚ ହୋଇଥିବା କଲେଜ କର୍ତ୍ତୁପକ୍ଷଙ୍କ ନିକଟରୁ ସୂଚନା ମିଳିଛି।ସେହିପରି ମଡେଲ ଡିଗ୍ରୀ କଲେଜରେ ବିଭିନ୍ନ ପଦବି ପାଇଁ ୧୪ଟି ନାମାଙ୍କନ ପତ୍ର କାଏମ ରହିଛି। ନାମାଙ୍କନ ପତ୍ର ଦାଖଲକୁ ତର୍ଜମା କଲେ ଦେବଗଡ କଲେଜ,ମ‌ଡେଲ ଡିଗ୍ରୀ କଲେଜ, ବୁଢାପାଳ ପିଏସ ଡିଗ୍ରୀ କଲେଜ, ପଳସମା ଡିଗ୍ରୀ କଲେଜ, କଲା ପଂଚାୟତ ଡିଗ୍ରୀ କଲେଜରେ ନିର୍ବାଚନ ‌ହେବ ବୋଲି ଏକ ପ୍ରକାର ଚିତ୍ର ଦେଖିବାକୁ ମିଳୁଛି।ଅନ୍ୟପଟେ ୫ଟି ଡିଗ୍ରୀ କଲେଜରେ ସିଲେକସନ ହେବ ବୋଲି ବିଶ୍ୱସ୍ତ ସୂତ୍ର ରୁ ଜଣାପଡୁଅଛି।

  • Related Posts

    ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

    କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ…

    Continue reading
    ଘୂର୍ଣ୍ଣିବଳୟ ସକ୍ରିୟ : ୧୩ରେ ଲଘୁଚାପ

    ଭୁବନେଶ୍ବର : ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୧୧ ତାରିଖ ବେଳକୁ ଏହା ଆଣ୍ଡାମାନସାଗର ମଧ୍ୟକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ