
ଦେବଗଡ଼:ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ଯୋଗାଣ ବିଭାଗର ଏମଡି କେ ସୁଦର୍ଶନ ଚକ୍ରବର୍ତ୍ତୀ ୨ ଦିନିଆ ଦେବଗଡ ଗସ୍ତରେ ଆସି ଆଜି ପୌରାଚଂଳ,ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପ୍ରଧାନପାଟ,ପୁରୁଣା ଜିଲ୍ଲାପାଳଙ୍କ କାର୍ଯାଳୟ,ତିଲେଇବଣି ବ୍ଲକର ବୁକାବେଡାରେ ଥିବା ଦକ୍ଷତା ବିକାଶ କେନ୍ଦ୍ର,ଓଡ଼ିଶା ରାଜ୍ୟ ନିଗମ ଚାଉଳ ଡିପ,ଦୁଧିଆନାଳି ପଞ୍ଚାୟତ,ଦୁଧିଆନାଳି ବିଦ୍ୟାଳୟ ଓ ଛାତ୍ର ନିବାସ କାର୍ଯ୍ୟାଳୟ,ବେକରି ୟୁନିଟ୍ ଦୁଧିଆନାଳି,ଜାମୁନାଳି ଖେଳ ପଡ଼ିଆ,ଗୋହିରା ଡ୍ୟାମ ପାର୍କ,ଶବରପାଲି କାର୍ ପେଣ୍ଟରି ୟୁନିଟ୍ କୈଳାସ ରେ ରୁଦ୍ରମଣି ଦେହୁରିଙ୍କ ପିଜୁଳି ଗଛ ଲଗାଣ ଫାର୍ମ,ପୁରୁଣାପାଣି ଗ୍ରାମରେ ଥିବା ପିଭିଟିଜିର ବିଭିନ୍ନ ପ୍ରକଳ୍ପ ଓ ୟୁନିଟ ପରିଦର୍ଶନ କରିଥିଲେ। ଏଥିରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ,ତିଳେଇବଣି ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା,ଜିଲ୍ଲା ଯୋଗଣ ଅଧିକାରୀ କିଶୋର ଚନ୍ଦ୍ର ମହାରଣା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନି,ଓଏଲଏମ ଡିପିଏମ ଶିଶିର ଷଡଙ୍ଗୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।








