ଟ୍ରକ୍ ମାଲିକ ସଂଘର ନିର୍ବାଚନ ବିବାଦ, ଥାନାରେ ଏତଲା

ଯୋଡା,୧୫/୦୫:ଯୋଡ଼ା ବହୁଚର୍ଚ୍ଚିତ ଟ୍ରକ୍ ମାଲିକ ସଂଘର ନିର୍ବାଚନ ବିବାଦ ଦିନକୁ ଦିନଘନେଇବାରେ ଲାଗିଛି । ବର୍ତ୍ତମାନ ଯୋଡା ଟ୍ରକ୍ ମାଲିକ ସଂଘର ସମୟ ଅବଧି ଶେଷ ହେବାରୁ ପୁନଃ ନିର୍ବାଚନ କରା ଯିବା ପାଇଁ କିଛି ଟ୍ରକ୍ ମାଲିକ ଦାବି କରୁଛନ୍ତି ।ହେବାକୁ ଥିବା ନିର୍ବାଚନ ରେ ସଭାପତି ,ସମ୍ପାଦକ ପଦବି ପାଇଁ ଛକା ପଞ୍ଝା ଜାରି ରହିଛି ।ଗୋଟିଏ ଗୋଷ୍ଠୀ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହିତ ବୈଧ ପଞ୍ଜୀକୃତ ସଦସ୍ୟ ତାଲିକା ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଗୁରୁବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଯୋଡା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ରେ ପଶି ସଭାପତି,ସମ୍ପାଦକ ଙ୍କ କୋଠରୀ ରେ ଲାଗିଥିବା ନାମ ଫଳକକୁ ଚିରି ଦେବା ସହିତ ତାଲା ପକାଇ ଦେଇଥିଲେ ।ଏହାସହିତ ସଂଘ କାର୍ଯ୍ୟାଳୟ ର କର୍ମଚାରୀ ଙ୍କୁ ଡାକି ଧମକ ଦେଇ ସଂଘ ର ନିଜସ୍ଵ ହ୍ୱାଟସ ଆପ ଗ୍ରୁପ ରୁ ବର୍ତ୍ତମାନ ର ସଭାପତି ଓ ସମ୍ପାଦକ ଙ୍କୁ ସେଠାରୁ ରିମୁଭ କରି ଦେଇ ଥିଲେ ।ସଂଘ ର କୋଷାଧ୍ୟକ୍ଷ ରାଜେଶ୍ ରୋଷନ୍ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହିତ ରିଜୋଲୁସନ୍ ଖାତା କୁ ନେଇ ଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।ଏଥି ସହିତ ଇମେଲ ମାଧ୍ୟମରେ ବିଭିନ୍ନ ପରିବହନ କାରୀ ସଂସ୍ଥା ଓ ଖଣି କମ୍ପାନୀ ମାନଙ୍କୁ ସଂଘ ର କାର୍ଯ୍ୟକାଳ ସମ୍ପର୍କରେ ସୂଚନା ଦେଇଥିବା ହେତୁ ସଂଘ ର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶା ଯାଇଛି । ଏ ନେଇ ଯୋଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ କହିଛନ୍ତି ଯେ,କେସ ନଂ ୧୭୩/୨୦୨୬ ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି ।୨୩ ଜଣ ଙ୍କ ନାମରେ ମାମଲା ରୁଜୁ ହୋଇଥିବା ସାମଲ ସୂଚନା ଦେଇଛନ୍ତି । ଏ ନେଇ ବର୍ତ୍ତମାନ ସଂଘ ର ସମ୍ପାଦକ ଦାୟିତ୍ୱରେ ଥିବା ସୁଶାନ୍ତ ବାରିକ କହିଛନ୍ତି ଯେ, ଅଗଣତାନ୍ତ୍ରିକ ପଦ୍ଧତିରେ ଅନ୍ୟ ଏକ ଗୋଷ୍ଠୀ ବିବାଦ କୁ ବଢ଼ାଉ ଅଛି ।ନିର୍ବାଚନ ର ପୂର୍ବ ପ୍ରସ୍ତୁତି ମୂତ।ବିକ ସଂଘ ପକ୍ଷରୁ ସଦସ୍ୟ ତାଲିକା ନବୀକରଣ କରାଯାଉଛି ।ପ୍ରଥମ ପର୍ଯ୍ୟାୟ ରେ ୨୪୦୦ ସଦସ୍ୟ ଙ୍କ ମଧ୍ୟରୁ ୧୯୦୦ ସଦସ୍ୟ ସେମାନଙ୍କ କାଗଜ ପତ୍ର ଦାଖଲ କରିଛନ୍ତି।ଆଉ ୫୦୦ ପଞ୍ଜୀକୃତ ସଦସ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ର ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ନାହାନ୍ତି । ଏଣୁ ସଂଘ ର ସାଧାରଣ ପରିଷଦ ବୈଠକ ହୋଇ ପ।ରି ନାହିଁ । ଅନ୍ୟ ଗୋଷ୍ଠୀ ପକ୍ଷରୁ ରବି ନାରାୟଣ ଦାସ କହିଛନ୍ତି ଯେ, ତା ୧୩/୦୩ /୨୦୨୬ ରିଖ ଠାରୁ ସଙ୍ଘ ର କାର୍ଯ୍ୟକାଳ ସରିବା ପରେ ସାମ୍ବିଧାନିକ ପଦ୍ଧତି ଅନୁଯାୟୀ ନିର୍ବାଚନ କରାଯିବା ଉଚିତ୍ ।ଯାହାକି ବର୍ତ୍ତମାନ ର କର୍ମକର୍ତ୍ତା ମାନେ ଆସନରେ ବସିଛନ୍ତି ।ଏହା ସଂଘ ବାଇ -ଲୋ ର ସମ୍ପୂର୍ଣ ଉଲଂଘନ କାର୍ଯ୍ୟ ଅଟେ ।ଦାସ କହିଥିଲେ ଯେ,ସଂଘ ରେ ତାଲା ପକାଇବା ଘଟଣା ସେ ଜାଣି ନ ଥିବା କଥା କହିଛନ୍ତି । ଏ ନେଇ କେନ୍ଦୁଝର ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ କହିଥିଲେ ଯେ,ଆମେ ନିର୍ବାଚନ ରେ କଣ କରିବୁ,ଏହା ଆପଣଙ୍କ ଅଞ୍ଚଳ ମାମଲା,ଆପଣ ମାନେ ବୁଝିବେ ।ଆମେ ନିର୍ବାଚନ କରିବାକୁ କେହି ନୁହେଁ ।
ସୂଚନା ଯୋଗ୍ୟ ଯେ,ସାଧାରଣ ନିର୍ବାଚନ ପରେ ଟ୍ରକ୍ ମାଲିକ ସଂଘ ନିର୍ବାଚନ ଅଞ୍ଚଳ କୁ ସରଗରମ କରିଥାଏ ।ଏହି ନିର୍ବାଚନ ଯେତେ ବିଳମ୍ବ ହେବ,ଏହାର ଫାଇଦା ଖଣି ଓ ଶିଳ୍ପ ସଂସ୍ଥା ଉଠାଇବେ ।ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଅଞ୍ଚଳରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହେଲାଣି ।ଏହାକୁ ଆୟତ୍ତ କରା ନ ଗଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ସଂଘର୍ଷ ର ରୂପ ନେବାର ଆଶଙ୍କା ରହିଛି ।
(ରମେଶ ମହାପାତ୍ର)

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ