ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ବିହାରରୁ ୩ ଗିରଫ

ରାୟଗଡ଼ା: ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ ହୋଇଥିଲା। ରାୟଗଡ଼ା ପୋଲିସ ଶନିବାର ନିଜର ହ୍ବାଟ୍‌ସାପ୍‌ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛି, ବିହାର ରାଜ୍ୟର ଔରଙ୍ଗାବାଦ ଜିଲା ମଦନପୁର ଥାନା ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ।
ପୋଲିସ ସୂଚନା ପ୍ରଦାନ କରି କହିଛି, ହତ୍ୟା ଅପରାଧରେ ଜଡ଼ିତ ଏହି ଅଭୁଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ସମୟରେ ତାଙ୍କ ନିକଟତର ହୋଇଥିଲେ କିନ୍ତୁ ଅପରାଧୀମାନେ କେଣସି ମତେ ଖସି ଯାଉଥିଲେ। ଶେଷରେ ବିହାରରୁ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୋଲିସ ଅପରାଧୀମାନଙ୍କୁ ବିହାରରୁ ଗିରଫ କରିଥିବାରୁ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଆଇନ ଅନୁଯାୟୀ ତଦନ୍ତ କରାଯାଉଛି। ଏନେଇ ଆହୁରି ତଦନ୍ତ ଚଢ଼ାଉ ଜାରିରହିଛି। ଖୁବ୍‌ଶୀଘ୍ର ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବା ନେଇ ସୂଚନା ମିଳିଛି। ରାୟଗଡା ଏସ୍‌ପି ସ୍ବାଥୀ ଏସ୍‌ କୁମାରଙ୍କ ନେତୃତ୍ୱରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ପୋଲିସର ଟେକନିକାଲ ଟିମ୍‌ ସହାୟତାରେ ତଦନ୍ତ କରିଥିଲେ। ଏହି ଘଟଣାରେ ପୋଲିସ ୬ଟି ଟିମ୍‌ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ ଜାରି ରଖିଥିଲା।
ସୂଚନାଯୋଗ୍ୟ, ଗତ ୯ ତାରିଖ ରାତିରେ ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୃତ୍ତ ଗୁଳିକରି ରାୟଗଡ଼ା ସହରସ୍ଥିତ ଆମ୍ବେଦକର ସାହିର ଜଣେ ଯୁବକ ନିଖିଲ ହାଡ଼ପାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ରାତି ୧୦ଟା କିଛି ଯୁବକ ଗୋଟିଏ ବୁଲେଟ୍‌ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲକୁ ପିଛା କରଥିଲେ। ଏହି ସମୟରେ ନିଖିଲି ଦୌଡ଼ି ପଳେଇବା ସମୟରେ ଗୁଳି କରି ଅପହରଣ କରିଥିଲେ। ହତ୍ୟା କରି ନିଖିଲଙ୍କୁ ସହରସ୍ଥିତ ତୁମ୍ବିଗୁଡ଼ା ନିକଟସ୍ଥ ନାଗାବଳୀ ନଦୀପଠାରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣା ରାୟଗଡ଼ା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ