ସବୁ ପମ୍ପ ପେଟ୍ରୋଲ ଖାଁ ଖାଁ

ଭୁବନେଶ୍ୱର: ଛାନିଆ ହୋଇ ଲୋକେ ପମ୍ପକୁ ଧାଇଁଥିଲେ । ଗତ ୩ ଦିନ ଧରି ରାଜଧାନୀର ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧିଥିଲେ । ଆଗରୁ ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ହେଲେ ରବିବାର ସକାଳୁ ଚିତ୍ର ବଦଳି ଯାଇଥିଲା । ସବୁ ପମ୍ପ ଥିଲା ଖାଁ ଖାଁ । ରସୁଲଗଡ଼ ପମ୍ପକୁ କ୍ୱଚିତ୍ ଲୋକେ ତେଲ ପକାଇବାକୁ ଆସିଥିଲେ । ସକାଳୁ କଟକ ଆଡକୁ ଯାଉଥିବା ଅଳ୍ପ କିଛି ବାଇକ୍ ଓ କାର ଚାଳକ ତେଲ ପକାଉଥିଲେ । ମଧ୍ୟାହ୍ନ ପରଠୁ କର୍ମଚାରୀମାନେ ବସି ନିଜ ଭିତରେ ଗପସପ କରୁଥିଲେ।

ୟୁନିଟ୍-୨ ପମ୍ପରେ ବି କିଛି ହାତଗଣତି ଗାଡି଼ଚାଳକ ତେଲ ପକାଇଥିଲେ । ନୂଆପଲ୍ଲୀ ଭମରା, ବରମୁଣ୍ଡା ରମାମଣି ଭଳି ବ୍ୟସ୍ତବହୁଳ ପେଟ୍ରୋଲ ପମ୍ପରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏଭଳି ସ୍ଥିତି ଆସନ୍ତା ସପ୍ତାହେ ଯାଏ ରହିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି । ଲୋକେ ଗତ ୩ ଦିନରେ ୭ ଦିନର ତେଲ କିଣି ସାରିଛନ୍ତି । ଏଣୁ ଆଗକୁ କଟକ-ଭୁବନେଶ୍ୱରର ସବୁ ପେଟ୍ରୋଲ ପମ୍ପ ଫାଙ୍କା ରହିବ ।

ଯୋଗାଣ ବିଭାଗ ତଥ୍ୟ ମୁତାବକ, ଗତ ୧୫ ତାରିଖ ସକାଳ ୧୦ଟା ସୁଦ୍ଧା ରାଜଧାନୀର ୪୨ଟି ପମ୍ପରେ ୬ ଲକ୍ଷ ୨ ହଜାର ୧୧୦ ଲିଟର ପେଟ୍ରୋଲ ମହଜୁଦ ଥିଲା । ଯାହାକି, ଅନ୍ୟ ଦିନଗୁଡି଼କ ତୁଳନାରେ ବେଶ୍ କମ । ଡିଜେଲ ଷ୍ଟକ୍‌ ମାତ୍ରା ମଧ୍ୟ ଢ଼େର କମିଯାଇଥିଲା । ସବୁ ପମ୍ପକୁ ମିଶାଇଲେ, ମୋଟ ୫ ଲକ୍ଷ ୭୯ ହଜାର ୫୯୩ ଲିଟର ଡିଜେଲ ବିକ୍ରି ପାଇଁ ମହଜୁଦ ଥିଲା ।

କାହିଁକି ନା, ଇନ୍ଧନ ସଙ୍କଟ ଆଶଙ୍କାରେ ଦିନରାତି ଏକ କରିଦେଇଥିଲେ ରାଜଧାନୀବାସୀ । ତା’ ପୂର୍ବଦିନ ଧୁ ଧୁ ଖରାରେ ସନ୍ତୁଳି ହେଲେ ପଛେ ପଛଘୁଞ୍ଚା ଦେଲେନି । ସତେ ଯେମିତି ଯୁଦ୍ଧକ୍ଷେତ୍ରକୁ ଯାଇଛନ୍ତି ମାନେ ଗଡ଼ ଜିତିକି ଫେରିବେ । ଗାଡ଼ି ଟାଙ୍କି ଫୁଲ୍ କରିବାକୁ ଦିନରେ ନୁହେଁ, ସେତେବେଳେ ରାତି ତମାମ କସରତ ଚାଲିଥିଲା ।

ଗତ ୧୬ ତାରିଖରେ ସଙ୍କଟ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ପେଟ୍ରୋଲ, ଡିଜେଲର ବିକ୍ରି ଆପାତତଃ କମିଥିଲା । ସେଦିନ ସକାଳ ୧୦ଟା ସୁଦ୍ଧା ରାଜଧାନୀର ପମ୍ପଗୁଡି଼କରେ ଷ୍ଟକ୍ର ମାତ୍ରା ପୂର୍ବ ଅପେକ୍ଷା ଅଧିକ ଥିଲା । ମୋଟ ୬ ଲକ୍ଷ ୧୪ ହଜାର ୭୧୬ ଲିଟର ପେଟ୍ରୋଲ ୫ ଲକ୍ଷ ୮୪ ହଜାର ୪୫୯ ଲିଟର ଡିଜେଲ ମହଜୁଦ ଥିଲା ।

ରବିବାର ସକାଳ ୧୦ଟା ସୁଦ୍ଧା ମୋଟ ୮ ଲକ୍ଷ ୬୨ ହଜାର ୨୪୨ ଲିଟର ପେଟ୍ରୋଲ ମହଜୁଦ ଥିଲା । ବିଭିନ୍ନ ପମ୍ପରେ ଡିଜେଲର ମାତ୍ରା ମଧ୍ୟ ବଢ଼ି ୬ ଲକ୍ଷ ୬୫ ହଜାର ୪୮୨ ଲିଟର ପହଞ୍ଚି ଥିଲା । ସକାଳୁ ବିଭିନ୍ନ ପମ୍ପର ଚିତ୍ର ପୁରା ଓଲଟା । ନା ଲମ୍ବୁଛି ଗାଡି଼ର ଲାଇନ୍ ନା ଲାଗୁଛି ଗାଡି଼ଚାଳକଙ୍କ ଭିଡ଼ । ସକାଳୁ ରାତି ଯାଏଁ ଅଧିକାଂଶ ପମ୍ପରେ ଖାଁ ଖାଁ ସ୍ଥିତି । ସଙ୍କଟ ବେଳେ ଫୁରସତ ମିଳୁନଥିବା ପମ୍ପ କର୍ମଚାରୀ ଏବେ ଫାଙ୍କାରେ ସମୟ ବିତାଉଛନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ