ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ସରକାର ସମ୍ପୂର୍ଣ ବିଫଳ : ବିଜୁ ଜନତା ଦଳ

ଭୁବନେଶ୍ୱର : ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳ ତରଫରୁ ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଏକ ଗଣ ବିକ୍ଷୋଭ ହେବାକୁ ଥିବା ବେଳେ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।
ଶ୍ରୀମତୀ ଛୁରିଆ କହିଥିଲେ, ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଜନ ସାଧାରଣଙ୍କୁ ଅତିଷ୍ଟ କଲାଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ପିତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଖୁଚୁରା ମୁଦ୍ରାସ୍ପିତି ନଭେମ୍ବର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ। ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପିତି ନଭେମ୍ବର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫. ୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପିତି ମଧ୍ୟ ୬. ୬୮ ପ୍ରତିଶତକୁ ଛୁଇଁଛି। ଦେଶରେ ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଉଜ୍ବଳା ଯୋଜନା ମହିଳା ମାନଙ୍କୁ ଧୂଆଁରୁ ମୁକ୍ତି ମିଳିବ ବୋଲି କୁହା ଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଏହା ଏକ ନିବାଚନୀ ଧୂଆଁବାଣ ଥିଲା ବୋଲି ଜଣା ପଡ଼ିଥିଲା।

ସେପଟେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଥିଲେ, ଓଡ଼ିଶାର ମୁଦ୍ରାସ୍ପିତି ମଧ୍ୟ ଚିନ୍ତା ଜନକ ଭାବେ ବୃଦ୍ଧି ପାଇଛି। ଓଡିଶାର ମୁଦ୍ରାସ୍ପିତି ୬. ୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟ ମାନଙ୍କ ଭିତରେ ମୁଦ୍ରାସ୍ପିତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ଛତିଶଗଡ଼, ବିହାର, ଓଡିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟ ପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ