ଭୁବନେଶ୍ୱର: ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା “ମୋ ଗାଁ ମୋ ତହସିଲ”। ରାଜସ୍ୱ ସମସ୍ୟାର ସମାଧାନ ପାଇଁ ଆଉ ତହସିଲ ଅଫିସ ଦୌଡ଼ିବାକୁ ପଡ଼ିବନି। ଏଣିକି ଲୋକଙ୍କ ଦୁଆରେ ପହଞ୍ଚିବ ସରକାରୀ ସେବା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ପ୍ରତି ବ୍ଲକରେ ମାସରେ ପ୍ରାୟ ୨୦୦ଟି କ୍ୟାମ୍ପ ଆୟୋଜନ କରାଯିବ। ଏହି କ୍ୟାମ୍ପରେ ଜମିଜମା ବିବାଦ, ପଟ୍ଟା, ମ୍ୟୁଟେସନ, ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ରାଜସ୍ୱ ସମସ୍ୟାର ତୁରନ୍ତ ସମାଧାନ କରାଯିବ। ଏହି ଯୋଜନାକୁ ସଫଳ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରିବେ, ଗାଁରେ ରାତି ରହିବେ ଓ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବେ। ଫଳରେ ଲୋକଙ୍କ ସମସ୍ୟାର ସମାଧାନ ଅଧିକ ତ୍ୱରିତ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହାସହ ରାଜ୍ୟର ବିସ୍ଥାପନ ଓ ଥଇଥାନ ନୀତିରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବିଭିନ୍ନ ରାଜ୍ୟର ନୀତିକୁ ଅନୁଧ୍ୟାନ କରି ଓଡ଼ିଶା ପାଇଁ ନୂଆ ନୀତି ପ୍ରସ୍ତୁତ କରାଯିବ। ସେହିପରି ସହରାଞ୍ଚଳରେ ଚାଷ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ମଧ୍ୟ ଆହୁରି ସରଳ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍
ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍ରେ…




