ରାଜ୍ୟରେ ତୈଳ ସଂଙ୍କଟ ନାହିଁ : ମୁଖ୍ୟ ସଚିବ

ଭୁବନେଶ୍ଵର:ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି।ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି। ନିୟମିତ ସ୍ଥିତି ମନିଟର କରିବାକୁ ତୈଳ କଂପାନୀଙ୍କୁ ନିର୍ଦ୍ଦେଶ ରହିଛି। ରାଜ୍ୟରେ ତେଲର ଅଭାବ ନଥିଲା। କିନ୍ତୁ ସହରାଞ୍ଚଳରେ ଲୋକଙ୍କ, ଗୁଜବ ଏବଂ ପ୍ରଶାସନିକ ସ୍ତରରେ ପରିଚାଳନାଗତ ତ୍ରୁଟି ହିଁ ସଂକଟ ଛିଡ଼ା କରିଦେଲା ।ଫଳରେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଲା ।ଏବେ ପେଟ୍ରୋଲ ପମ୍ପରେ ନାହିଁ ଗହଳି।ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଲମ୍ବାଲାଇନ ଲାଗୁଥିବା ବେଳେ ପେଟ୍ରୋଲ ପମ୍ପ ଏବେ ଶୂନଶାନ। ଆଜି ଲୋକସେବା ଭବନରେ ତୈଳ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଅନୁଗର୍ଗ।ରାଜ୍ୟରେ କୌଣସି ସ୍ଥାନରେ ତୈଳର ଅଭାବ ନାହିଁ। ଲୋକ ମାନେ ଅଯଥାରେ ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁ ନାହିଁ କି ହୋର୍ଡିଂ କରନ୍ତୁ ନାହିଁ। ସ୍ଥିତି ସ୍ୱାଭାବିକ ଅଛି। ନିୟମିତ ଭାବେ ସ୍ଥିତି ମନିଟର କରିବାକୁ ତୈଳ କମ୍ପାନୀଙ୍କୁ କୁହାଯାଇଛି।ବିଭିନ୍ନ ସ୍ଥାନରେ ହୋର୍ଡିଂ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟସଚିବ।

ତୈଳ ଅଭାବ ଯୋଗୁ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବନ୍ଦ ଥିଲା। ସଂକଟ ଟଳିବା ପରେ ଏବେ ବନ୍ଦ ପେଟ୍ରୋଲ ପମ୍ପ ଖୋଲିଲାଣି।ତେବେ ମାଲାକାନଗିରି ସମେତ କିଛି ସ୍ଥାନରେ ପେଟ୍ରୋଲ ପମ୍ପରେ ଏବେବି ଭିଡ଼ ଲାଗିଛି । ତୈଳ ଷ୍ଟକ ଅଛି ସରକାର କହୁଥିବା ବେଳେ ତଥାପି କାହିଁକି ଶୁଖିଲା ପଡ଼ିଲା ଟାଙ୍କି । ଯଦିଓ ସମସ୍ୟାର ମୂଳ କାରଣ ଅନ୍ତର୍ଜାତୀୟ ବଜାର, ତେବେ ଲୋକଙ୍କ ଆଚରଣଗତ ଶୈଳୀ ଓ ଖୁଚୁରା ବ୍ୟବସାୟ ପରିଚାଳନାର ତ୍ରୁଟି ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ସ୍ଥିତିକୁ ହଠାତ ସଂଗୀନ କରିଦେଲା ସ୍ଥାନୀୟ ଚାହିଦା ଓ ଗୁଜବ।ତେଲ ଟାଙ୍କି ଖାଲି ହୋଇ ଯିବା ଭୟରେ ସହରାଞ୍ଚଳରେ ‘ପ୍ୟାନିକ୍ ବାୟିଂ’ ଆରମ୍ଭ ହେଲା। ଫଳରେ ଦୈନିକ ତେଲ ଚାହିଦା ହଠାତ୍ ୩୦ ରୁ ୫୦ ପ୍ରତିଶତ ବୃଦ୍ଧି ପାଇଲା।
ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଅଞ୍ଚଳରେ ଚାହିଦା ଅପ୍ରତ୍ୟାଶିତ ଭାବେ ବଢ଼ିଗଲା। ଦର ଓ ଯୋଗାଣରେ ସାମାନ୍ୟ ପାର୍ଥକ୍ୟ ଥିବାରୁ ପଡ଼ୋଶୀ ରାଜ୍ୟର ଗାଡ଼ିଗୁଡ଼ିକ ଓଡ଼ିଶା ସୀମାରେ ତେଲ ପକାଇବା ଯୋଗୁଁ ସ୍ଥାନୀୟ ଷ୍ଟକ୍ ଶୀଘ୍ର ଶେଷ ହୋଇଯାଇଥିଲା । ପେଟ୍ରୋଲ୍ କଳାବଜାରୀ ହେଉଥିବା ଭଳି ମିଥ୍ୟା ଖବର ସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ