ଅଣଛାତ୍ରଙ୍କ ପ୍ରବେଶ: ପୁଣି ବାଣୀବିହାର ଅଶାନ୍ତ

ଭୁବନେଶ୍ୱର: ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପୁଣି ବାଣୀବିହାର ଅଶାନ୍ତ ହୋଇପଡ଼ିଛି । ସୋମବାର ରାତିରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଏହାକୁ ନେଇ ବିଳମ୍ବିତ ରାତିରେ ବାଣୀବିହାର ପରିସରରେ ଉତ୍ତେଜନା ଲାଗି ରହିଛି । ଅଣଛାତ୍ରଙ୍କ ଗିରଫ ଦାବିରେ ବାଣୀବିହାରର ଶତାଧିକ ଛାତ୍ର ମୁଖ୍ୟ ଫାଟକରେ ସାମ୍ନାରେ ଧାରଣାରେ ବସିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ପୁଲିସ ସୂଚନା ମୁତାବକ ସୋମବାର ରାତିରେ ବାଣୀବିହାର କ୍ୟାମ୍ପସରେ ଥିବା ନୂଆ ପାର୍କ ନିକଟରେ ୮ରୁ ଅଧିକ ଅଣଛାତ୍ର ବସି ମଦ ପିଇବା ସହିତ ସେଠାରେ ଆତଙ୍କ ଖେଳାଉଥିଲେ । ସେହି ପଟ ଦେଇ ଯାଉଥିବା କିଛି ଛାତ୍ରଙ୍କୁ ଅଣଛାତ୍ରମାନେ ଅଟକାଇ ତାଗିଦ୍ କରିଥିଲେ । ଏହାକୁ ନେଇ ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ଅଣଛାତ୍ରମାନେ ଛାତ୍ରମାନଙ୍କୁ ମାରଧର କରିଥିଲେ । ଅଣଛାତ୍ରଙ୍କ କବଳରୁ ଖସି ଯାଇ ଛାତ୍ରମାନେ ହଷ୍ଟେଲରେ ସହପାଠୀଙ୍କୁ ଘଟଣା ବିଷୟରେ କହିଥିଲେ । କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନେଇ ଘଟଣା ପ୍ରଘଟ ହେବା ପରେ ହଷ୍ଟେଲର ଶତାଧିକ ଛାତ୍ର ଏକଜୁଟ୍ ହୋଇ ଯାଇଥିଲେ । ଅଣଛାତ୍ରଙ୍କ ଗିରଫ ଦାବିରେ ସେମାନେ ମୁଖ୍ୟ ଫାଟକ ନିକଟରେ ପହଞ୍ଚଥିଲେ । ସହିଦନଗର ଥାନା ପୁଲିସ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଛାତ୍ରଙ୍କୁ ବୁଝାଶୁଝା କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରମାନେ ଅଣଛାତ୍ରଙ୍କ ଗିରଫ ଦାବି ନେଇ ଅଡ଼ି ବସିଥିଲେ । ରାତିରେ ପୁଲିସ କୌଣସି ଅଣଛାତ୍ରଙ୍କୁ ଗିରଫ କରି ନ ଥିବା ଜଣାପଡ଼ିଛି । ଗଣ୍ଡଗୋଳକାରୀ ଅଣଛାତ୍ରମାନେ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର ବୋଲି ଆକ୍ରମଣର ଶିକାର ହୋଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ