ଆଜି ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର

ପୁରୀ: ଆଜି ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଭିତର ଭଣ୍ଡାରକୁ ଯିବ ଟିମ୍ । ମୋଟ ଉପରେ ଏକାଦଶ ଦିନରେ ଓ ଭିତର ଭଣ୍ଡାରରେ ଷଷ୍ଠ ଦିନରେ ହେବ ରତ୍ନଗଣତି । ଦିନ ତମାମ ବାହାର କାଠରୁ ଦର୍ଶନ ସାନିଧ୍ୟ ନେବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ହେଉଥିବା ଦିନମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ । ତେବେ ଚଳିତ ମାସରେ ଆହୁରି ୭ ଦିନ ହେବ ଭିତର ଭଣ୍ଡାରରେ ଗଣତିମଣତି କାର୍ୟ୍ୟ । ମେ ୧୯ ,୨୧ ,୨୩ ,୨୬ ,୨୮ ,୨୯ ଓ ୩୦ରେ ହେବ ଭିତର ଭଣ୍ଡାରର ରତ୍ନଅଳଙ୍କାର ଗଣତିମଣତି । ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି ।
ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି । ବାହାର ଭଣ୍ଡାରରେ ୩ ଟି ଅଳଙ୍କାର ଚିହ୍ନଟ ହୋଇ ପାରିନଥିବାବେଳେ ୧୯୭୮ ତାଲିକା ସହ ମେଳକ ଅନୁଯାୟୀ ଅଳଙ୍କାର ସଂଖ୍ୟା ବଢ଼ିଛି । ସେହିପରି ଭିତର ଭଣ୍ଡାରରେ ପାଞ୍ଚ ଦିନ ଗଣତିରେ ପ୍ରାୟ ୧୩୦ ଅଳଙ୍କାର ଅର୍ଥାତ ୨୫ ପ୍ରତିଶତ ଗଣତି କାର୍ୟ୍ୟ ସରିଛି । ୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନ ଭଣ୍ଡାରରେ ୪୩୬୪ ଭରିର ୩୬୭ ପ୍ରକାର ସୁନା ଓ ୧୪୮୭୮ ଭରିର ୨୩୧ ପ୍ରକାର ରୂପା ରହିଛି । ସବୁ ଅଳଙ୍କାରର ୧୯୭୮ ତାଲିକା ଅନୁଯାୟୀ ମେଳକ ସହ ଚିହ୍ନଟ ହୋଇନଥିବା ଅଧିକ ଅଳଙ୍କାରକୁ ୨୦୨୬ର ନୂଆ ତାଲିକା ସହ ଯୋଗ କରାଯାଉଛି । ମେଳକ ସମୟରେ ସମସ୍ତ ଅଳଙ୍କାରର ୩ଡି ମ୍ୟାପିଂ ଓ ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି । ସୁନାକୁ ହଳଦିଆ କପଡା,ରୂପାକୁ ଧଳା କପଡ଼ ଓ ଅନ୍ୟ ଅଳଙ୍କାର ସବୁକୁ ନାଲି କପଡ଼ାରେ ରଖି ତାକୁ ଛୋଟ ଷ୍ଟିଲ ବାକ୍ସରେ ରଖିବା ପରେ ନେଇ ନୂଆ ସିନ୍ଦୁକରେ ରଖାଯାଉଛି ।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ