
ଅନୁଗୁଳ : ପୁଣି ହାତୀ ମଣିଷ ଲଢ଼େଇ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଅନୁଗୁଳ ଛେଣ୍ତିପଦା ବନାଞ୍ଚଳ ପାଟକୁମୁଣ୍ତା ଜଙ୍ଗଲମୌଜା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଟାଙ୍ଗିରୀ ଗାଁର ବିନ ବେହେରା । ଆମ୍ବ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।
ସେପଟେ ଅନୁଗୁଳ ଦେବଗଡ଼ ସୀମାନ୍ତ ରିଆମାଳ ରେଞ୍ଜ ମାଝି ନୂଆପଡ଼ା ଗାଁରେ ହାତୀ ଆକ୍ରମଣରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କ ନାମ ମନ୍ଦୋଦରୀ ଦେହୁରୀ । ତାଙ୍କୁ ପ୍ରଥମେ ଛେଣ୍ଡିପଦା ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।








