ଆଜି ବି ଗରମ ଗୁଳୁଗୁଳିରେ କଲବଲ ହେବ ଓଡ଼ିଶା

ଆଜି ବି ଗରମ ଗୁଳୁଗୁଳିରେ କଲବଲ ହେବ ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗିଳି ନେଇ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳିରୁ ନିସ୍ତାର ନାହିଁ । ଆଜି ବି ଗରମ ଗୁଳୁଗୁଳିରେ କଲବଲ ହେବ ଓଡ଼ିଶା । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗିଳି ନେଇ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ଯାଏ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଗତକାଲି ପଶ୍ଚିମ ଓଡ଼ିଶାର ୫ ସହର ପାରଦ ୪୫ ଡିଗ୍ରୀ ଛୁଇଁଥିଲା । ୪୫.୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ । ତେବେ ଖାଲି ଦିନ ନୁହେଁ, ରାତିରେ ବି ଛଟପଟ କରୁଛି ଗରମ ଗୁଳୁଗୁଳି। ସେପଟେ ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଏବଂ ପୂର୍ବ-ମଧ୍ୟ ବଙ୍ଗୋପସାଗରକୁ ବି ଅଗ୍ରସର ହେଉଛି। ଅନ୍ୟପଟେ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଆହୁରି ଅଗ୍ରସର ହୋଇଛି ମୌସୁମୀ ବାୟୁ..

  • Related Posts

    ପୁରୀରେ କୁଖ୍ୟାତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

    ପୁରୀ : ସମ୍ବଲପୁର ଓ ବ୍ରହ୍ମପୁର ପରେ ଆକ୍ସନ ମୋଡରେ ପୁରୀ ପୁଲିସ। ପୁରୀର ଜଣେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର ହୋଇଛି। ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା…

    Continue reading
    ଏକ ନିରବ ସଂଘର୍ଷ : ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ର ଅଦୃଶ୍ୟ ଅଧ୍ୟାପକ ବୃନ୍ଦ

    ଲେଖକ : ସଂକର ପାଢ଼ୀ ଅର୍ଥନୀତି ଅଧ୍ୟାପକ ଏ.ଏମ୍‌.ସି.ଏସ୍‌. କଲେଜ, ଟିକାବାଲି (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସଂଲଗ୍ନ) ଏକ ରାଷ୍ଟ୍ରର ଭବିଷ୍ୟତ ତାହାର ଶ୍ରେଣୀକକ୍ଷରେ ଗଢ଼ାଯାଏ। ସେଠାରେ ଯେଉଁମାନେ ଜ୍ଞାନର ଦୀପ ଜଳାନ୍ତି, ସେମାନେ କେବଳ ଶିକ୍ଷକ ନୁହନ୍ତି —ସେମାନେ ସମାଜର ଚିନ୍ତନଶୀଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ