ପୋଖରୀରେ ବୁଡି ଦୁଇ ଛାତ୍ର ମୃତ

ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି ଉଭୟ ଏହି ପୋଖରୀକୁ ପହଁରା ଶିଖିବାକୁ ଆସିଥିଲେ । ଗଭୀର ପାଣିରେ ଉଭୟ ବୁଡ଼ି ଯାଇଥିଲେ । ଏହା ଦେଖି ପୋଖରୀ ନିକଟରେ ଥିବା ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଆଗ୍ନିକ ମାନେ ପହଞ୍ଚି ଅଣ୍ଡର ୱାଟର ବିଏ ସେଟ୍ ଦ୍ୱାରା ଉଭୟଙ୍କୁ ପାଣି ଭିତରୁ ଖୋଜି ବାହାର କରିଥିଲେ । ଉଭୟଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ୱଜିତ୍ ଓ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ ।

  • Related Posts

    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading
    ଓଡ଼ିଶା ଡିଜିପି ମାମଲା, ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ

    ନୂଆଦିଲ୍ଲୀ: ଆଜି ଓଡ଼ିିଶା ଡିଜିପି  ଚୟନ ପ୍ରକ୍ରିୟା ମାମଲା ନେଇ  ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହେବାର ସମ୍ଭାବନା ରହିଛି । ଓଡିଶା  ଡିଜିପି ଚୟନ ପ୍ରକ୍ରିୟା ସମ୍ବନ୍ଧିତ ପ୍ରକାଶ  ସିଂହ ମାମଲା ସୁପ୍ରିମକୋର୍ଟଙ୍କ ଗୁରୁବାର  ତାଲିକାରେ ସମ୍ମିଳିତ କରାଯାଇଛି ।  ଡିଜିପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ