ଦୁଷ୍କର୍ମ ମାମଲାର ପ୍ରେସମିଟରେ ହସିଲେ ୩ ବରିଷ୍ଠ IPS, ସସପେଣ୍ଡ ହେଲେ

ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ପ୍ରେସମିଟରେ ହସିଲେ ୩ ବରିଷ୍ଠ IPS। ତାମିଲନାଡ଼ୁ କୋଏମ୍ବାଟୁରର ଏଇ ଘଟଣା ସାରା ଦେଶରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। କୋଏମ୍ବାଟୁରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରେସମିଟ ଡାକିଥିଲା ପୋଲିସ୍ । ଏହି ସାମ୍ବାଦିକ ସମ୍ମିଳନୀରେ ହସି ହସି ଖୁସିରେ ମସଗୁଲ ହେଲେ ବରିଷ୍ଠ ପୋଲିସ୍ ଅଧିକାରୀ।

ଖୋଦ୍ କୋଏମ୍ବାଟୁର ଆଇଜି ରାମୈୟା ଭାରତୀ ନଖ ଘଷି ଘଷି ଏକଦମ୍ ବିନ୍ଦାସ ଥିଲେ, ସାଥୀ ପୋଲିସ୍ ଅଧିକାରୀଙ୍କ ସହ ହସୁଥିଲେ, ସତେ ଯେମିତି କିଛି ହୋଇନି, କିଛି ଘଟିନି। ଏପରିକି ଘଟଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ବି ବେଶ୍ ହାଲୁକା ଢଙ୍ଗରେ ଦେଇଥିଲେ।

ଏକ ସମ୍ୱେଦନଶୀଳ ଘଟଣାରେ ବରିଷ୍ଠ ଅଧିକାରୀମାନଙ୍କ ଏଭଳି ଆଚରଣକୁ ନେଇ ସେମାନଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ହସିବା ଘଟଣାକୁ ନେଇ ସାରା ଦେଶରୁ ନିନ୍ଦା କରାଯିବା ସହ ପୋଲିସ୍ ର ଏଭଳି ଆଚରଣକୁ ନେଇ ପ୍ରଶ୍ନ ବି ଉଠିଛି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ