କୋଲକାତା: ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଡକ୍ଟର ଶାନ୍ତନୁ ସେନ୍ ଦଳର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମ୍ବୋଧିତ ନିଜ ଇସ୍ତଫା ପତ୍ରରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ସାମ୍ପ୍ରତିକ ବିବାଦଗୁଡ଼ିକୁ ଦର୍ଶାଇ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜ ଇସ୍ତଫା ପତ୍ରରେ ଡକ୍ଟର ଶାନ୍ତନୁ ସେନ୍ ଲେଖିଛନ୍ତି,”ଅନେକ କଠିନ ପରିସ୍ଥିତିରେ ମୁଁ ମମତା ବାନାର୍ଜୀଙ୍କ ଚିନ୍ତାଧାରା ସହ ସହମତ ନଥିଲେ ମଧ୍ୟ, ଗଣମାଧ୍ୟମରେ ଅନେକ ବିବାଦୀୟ ପ୍ରସଙ୍ଗରେ ଦଳ ପାଇଁ ଆଗକୁ ଆସି ଲଢ଼େଇ କରିଛି, ଯାହା ପାଇଁ ସାଧାରଣ ଲୋକେ ପ୍ରାୟତଃ ମୋର ପ୍ରଶଂସା କରିଛନ୍ତି।” ସେ ଆଗକୁ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଦଳର ସପକ୍ଷରେ ଯୁକ୍ତି ବାଢ଼ିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
ନିଜ ଇସ୍ତଫାରେ ସେ ଆର୍ଜି କର ମାମଲା, ଅଭୟା ମାମଲା ଏବଂ ଚାକିରି ପାଇଁ ଟଙ୍କା ଭଳି ଦୁର୍ନୀତି ପ୍ରସଙ୍ଗଗୁଡ଼ିକର ଉଲ୍ଲେଖ କରି ଲେଖିଛନ୍ତି ଯେ, ଏହିସବୁ ଅନୈତିକ ଘଟଣା ଏବଂ ଦୁର୍ନୀତି ଯୋଗୁଁ ବଙ୍ଗଳାର ଜନସାଧାରଣ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଆଗକୁ କହିଛନ୍ତି ଯେ ଜନସାଧାରଣଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସେ ତୃଣମୂଳ କଂଗ୍ରେସର ସର୍ବଭାରତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏହା ସହିତ ସେ ମମତା ବାନାର୍ଜୀଙ୍କୁ ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ଏହାକୁ ସମ୍ମାନ ଦେବାକୁ ନିବେଦନ କରିଛନ୍ତି। ଶାନ୍ତନୁ ସେନ୍ଙ୍କ ଏହି ପଦକ୍ଷେପକୁ ଟିଏମସି ପାଇଁ ଏକ ବଡ଼ ରାଜନୈତିକ ଝଟ୍କା ବୋଲି ଚର୍ଚ୍ଚା ହେଉଛି, କାରଣ ସେ ଦୀର୍ଘ ସମୟ ଧରି ଗଣମାଧ୍ୟମ ଏବଂ ସାଧାରଣ ମଞ୍ଚଗୁଡ଼ିକରେ ଦଳ ପକ୍ଷରୁ ଦୃଢ଼ତାର ସହ ନିଜର ମତ ରଖି ଆସୁଥିଲେ।
ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…







